Latest Odisha News

BREAKING NEWS

ଅନୁବାଦ କବିତା : କିଏ କାନ୍ଦେ ଦୂରେ

ମୂଳ ହିନ୍ଦୀ : ଅଟଳ ବିହାରୀ ବାଜପେୟୀ 

ଶରୀର ଉପରେ ପହରା
ଉଡ଼ି ଯାଉଛି ମନ
ସାଥି କେବଳ ନିର୍ଜନତା
ହଜିଗଲେ କାହାର ସ୍ୱଜନ
କ୍ରନ୍ଦନତ ସର୍ବଦା କରୁଣ।

ଉତ୍ସବ ମାନୁ ଆମ ଜନ୍ମଦିନରେ
ମରଣ ଦିନ କାହିଁକି କରୁନା ପାଳନ
ଅନ୍ତିମ ଯାତ୍ରାର ଅବସରେ
ହୁଏତ ଏହା କୁଲକ୍ଷଣ।

ଅନ୍ତର କାନ୍ଦେ, ଲୁହ ନାହିଁ ଆଖିରେ
ଜମିଯାଏ ଧୂଳି , ସ୍ୱପ୍ନର ସଞ୍ଜରେ
ଛଳନାଭରା ଏଇ ବିଶ୍ୱରେ
ସତହୁଏ କେବଳ ସପନ।

ଏଭଳି ଜୀବନଠାରୁ ମୃତ୍ୟୁ ଢେର ଭଲ
ଭୟରେ ଆତଙ୍କିତ ସବୁ ଗଳି ମୋଡ଼
ମୁଁ କାନ୍ଦେ, ଲୁଚି ଛପି ଅତି ଗୋପନରେ
କେହି ଯେବେ ନଥାନ୍ତି ପାଖରେ ।                                                                                                କିଏ ଜଣେ କାନ୍ଦେଦୂରେ ବହୁ ଦୂରେ।

ଅନୁସୃଜନ : ମନୋରଞ୍ଜନ ହୋତା 

Leave A Reply

Your email address will not be published.