Latest Odisha News

BREAKING NEWS

ଗୋଷାଣୀ ଯାତ୍ରାରେ କଟକଣା

ପୁରୀ: ଗୋଷାଣୀ ଯାତ୍ରାରେ ଲାଗିଲା  କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖରେ ସିଂହଦ୍ବାର ସମ୍ମୁଖରେ ହେବାକୁ ଥିବା ଗୋଷାଣୀ ଯାତ୍ରା ଉପରେ ଲାଗିଲା କଟକଣା । ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ମେଢ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ସହ ସାମାଜିକ ଦୂରତ୍ବ ରକ୍ଷା ନିୟମ ଭଙ୍ଗ ହେବା ଆଶଙ୍କା ଥିବାରୁ ଏହି କଟକଣା ଲଗାଯାଇଛି ।

ଯାତ୍ରା ଦିନ ମଧ୍ୟାହ୍ନ ୧୨ ଘଟିକାରୁ ଗୋଷାଣୀ ଯାତ୍ରା ଶେଷ ହେବା  । ଯାତ୍ରା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଏବଂ ସିଂହଦ୍ବାର ଠାରୁ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ସର୍ବସାଧରଣଙ୍କ ଯାତାୟତ ଉପରେ କଟକଣା ଲାଗିଛି । ଶ୍ରୀମନ୍ଦିର ନୀତିକାନ୍ତି ସହ ସଂପୃକ୍ତ ବ୍ୟକ୍ତବିଶେଷ ଏବଂ ପୂଜା କମିଟିର ସର୍ବାଧିକ ୭ଜଣଙ୍କୁ ପ୍ରବେଶାନୁମତି ରହିବ । ତେବେ ଅତ୍ୟାବଶ୍ୟକୀୟ ସେବା ଉପରେ କୌଣସି କଟକଣା ରହିବ ନାହିଁ ।

Leave A Reply

Your email address will not be published.