Latest Odisha News

ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନକରୁଥିବା ଅଭିଯୋଗ: ଓଡ଼ିଶା ସମେତ ୪ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ ହେଉଥିବା ଅଭିଯୋଗର ଶୁଣାଣି ପରେ ସୁପ୍ରିମକୋର୍ଟ ଶୁକ୍ରବାର ଓଡିଶା, ତେଲେଙ୍ଗାନା, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗକୁ ନୋଟିସ ଜାରି କରିଛନ୍ତି। ଏହି ଚାରିଟି ରାଜ୍ୟକୁ ଚାରି ସପ୍ତାହ ମଧ୍ୟରେ ସେମାନଙ୍କର ଉତ୍ତର ଦାଖଲ କରିବାକୁ କୁହାଯାଇଛି।

ଜାନୁଆରୀ ମାସରେ କେନ୍ଦ୍ର ଆୟୁଷ୍ମାନ ଭାରତ ଆରମ୍ଭ କରିବା ପୂର୍ବରୁ ନିଜର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେ) କାର୍ଯ୍ୟକାରୀ କରିଥିଲେ ଓଡ଼ିଶା ସରକାର । ତେଣୁ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଏହି ଯୋଜନାରେ ଦୁଇଟି ପରିବର୍ତ୍ତନ ଆଣିବାକୁ ଚାହିଁଥିଲେ।

ଏହି ଯୋଜନା ଅନୁଯାୟୀ ଚିକିତ୍ସା ପାଇବା ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ ନକରିବାକୁ ଏବଂ ହିତାଧିକାରୀଙ୍କ ସଂଖ୍ୟାକୁ ୬୨ ଲକ୍ଷରୁ ୭୦ ଲକ୍ଷକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର କେନ୍ଦ୍ର କୁ କହିଥିବା ଜଣା ପଡ଼ିଛି ।

Leave A Reply

Your email address will not be published.