କଟକ: କଟକ ଜିଲ୍ଲାର ମୁଣ୍ଡୁଳି ନିକଟ ମହାନାଦୀ ରେ ଶନିବାର ଦିନ ପ୍ରାୟ ୧୮ଟି ହାତୀପଲ ଫସି ରହିଥିବା ନଜର ଆସିଥିଲା।
ବନ ଅଧିକାରୀଙ୍କ ସୂଚନାନୁସାରେ, ହାତୀମାନେ ଆଠଗଡ଼ ସୁକାସନ ଜଙ୍ଗଲରୁ ଚାନ୍ଦକା ଆଡ଼କୁ ଆସୁଥିଲେ। ପରେ ସେମାନେ ଦାସପୁର ଘାଟରେ ଅତ୍ୟଧିକ ପାଣି ଯୋଗୁଁ ଫସି ଯାଇଥିଲେ।
ସ୍ଥାନୀୟ ଲୋକମାନେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। କରାଇଥିଲେ। ସୂଚନା ପାଇ ହାତୀପଲକୁ ଉଦ୍ଧାର କରିବା ପାଇଁ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।