Latest Odisha News

BREAKING NEWS

ସାଲେପୁର: ମେଲୋଡ଼ିରେ ଫୁଟିଲା ଗୁଳି, ୨ଜଣଙ୍କ ମୃତ୍ୟୁ

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ବୁଧବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି ।

ଏହି ଗୁଳିକାଣ୍ଡରେ ମୃତ୍ୟୁ ହୋଇଥିବା ୨ଜଣ ବ୍ୟକିଙ୍କ ମଧ୍ୟ ଜଣେ ହେଲେ ପାଟଶିଳା ଗ୍ରାମର ସେଖ୍ ଇମ୍ରାନ ଏବଂ ଅନ୍ୟ ଜଣେ ମୃତକ ହେଲେ ଭୋଳା ଗାଁ’ର ରଘୁନାଥ ମଲ୍ଲିକ ।

ମିଳିଥିବା ସୂଚନାନୁଯାୟୀ, କାର୍ତ୍ତିକେଶ୍ୱର ପୂଜା କମିଟିର ଗୋଲ୍ଡେନ୍ ଜୁବିଲି ପାଳନ ଲାଗି କଟିକଟା ବଜାରରେ ଏକ ମେଲୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ବେଳେ ଇମ୍ରାନଙ୍କ ସହିତ ଅନ୍ୟ ଏକ ଯୁବକଙ୍କର ଝଗଡ଼ା ହୋଇଥିଲା ।

ସେଠାରେ ଉପସ୍ଥିତ ଥିବା କିଛି ଲୋକ ସେମାନଙ୍କ ଝଗଡ଼ା ବନ୍ଦ କରିବାକୁ ଉଭୟଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଅନ୍ୟ ଜଣକ ଯୁବକ ହଠାତ୍ ଇମ୍ରାନଙ୍କ ଉପରକୁ ରାଉଣ୍ଡ ଗୁଳି ମାରି ସେଠାରୁ ଖସି ଯାଇଥିଲା ।

ଘଟଣାସ୍ଥଳରେ ଇମ୍ରାନର ମୃତ୍ୟୁ ହୋଇଥିବା ବେଳେ ଇମ୍ରାନଙ୍କର ବେକରେ ଗୁଳି ବାଜିଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଅନ୍ୟ ତିନି ଜଣ ବ୍ୟକ୍ତି ବନମାଳିପୁରର ନିତ୍ୟାନନ୍ଦ ମଲ୍ଲିକ ଓ ଭୋଳା ଗ୍ରାମର ଉତ୍ତମ ଦାସ ଏବଂ ରଘୁନାଥ ମଲ୍ଲିକଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା ।

ଏହି ଗୁଳିକାଣ୍ଡରେ ନିତ୍ୟାନନ୍ଦଙ୍କର ଡ଼ାହାଣ ପାଖ ଜଙ୍ଘରେ ଗୁଳି ବାଜିଥିବା ବେଳେ ଉତ୍ତମ ଓ ରଘୁନାଥଙ୍କର ପେଟ ଓ ଅଣ୍ଟା ତଳକୁ ଗୁଳି ବାଜିଥିବାର ସୂଚନା ମିଳିଛି । ତୁରନ୍ତ ତିନିଜଣଙ୍କୁ ଚିକିତ୍ସା ନିମନ୍ତେ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

“ଏହି ଘଟଣା ଘଟାଇ ଦୁବୃର୍ତ୍ତ ଜଣକ ଘଟଣାସ୍ଥଳରୁ ଖସି ଚାଲିଯାଇଛି, ତାକୁ ଧରିବାକୁ ଚେଷ୍ଟା ଚାଲିଛି,”ବୋଲି କହିଛନ୍ତି ନିଶ୍ଚିନ୍ତକୋଇଲି ଥାନାର ଭାରପ୍ରାପ୍ତ ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡ଼ା ।

Leave A Reply

Your email address will not be published.