Latest Odisha News

BREAKING NEWS

ସିଦ୍ଧାର୍ଥ ସିବିଆଇଙ୍କୁ କହିଥିଲେ, ଦିଶାଙ୍କ ମୃତ୍ୟୁ ଖବର ଶୁଣି ଅଚେତ ହୋଇ ପଡିଥିଲେ ସୁଶାନ୍ତ !

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି । ବୁଧବାର ରିପବ୍ଲିକ ଟିଭି ଖବର ଅନୁସାରେ ସିଦ୍ଧାର୍ଥ ପିଠାନୀ ସିବିଆଇକୁ କହିଥିଲେ ଦିଶା ସାଲିୟନଙ୍କ ମୃତ୍ୟୁ ଖବର ଶୁଣିଲା ପରେ ସୁଶାନ୍ତ ଅଚେତ ହୋଇ ପଡିଥିଲେ । ଏହାର କିଛି ଦିନ ପରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା ।

ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତିଙ୍କୁ ଫୋନ କରିଥିଲେ । ସେ କିନ୍ତୁ ଉଠାଇ ନ ଥିଲେ । ରିୟା ତା ପୂର୍ବରୁ ସୁଶାନ୍ତଙ୍କ ଲ୍ୟାପଟପ, କ୍ୟାମେରା ଓ ହାର୍ଡ ଡ୍ରାଇଭ ନେଇ ଯାଇଥିଲେ । ଏଗୁଡିକର ପାସୱାର୍ଡ ରିୟାଙ୍କୁ ସୁଶାନ୍ତ କହିଥିଲେ । ସେଥିପାଇଁ ସେ ବେଶୀ ବ୍ୟସ୍ତ ରହୁଥିଲେ । ଯଦି ଏହି ଖବରର ସତ୍ୟତା ଥାଏ ତାହାହେଲେ ଦିଶା ଓ ସୁଶାନ୍ତଙ୍କ ମୃତ୍ୟୁର ଗୁରୁତ୍ୱପୂର୍ଣ୍ଣ ଲିଙ୍କ ସିବିଆଇ ପାଇସାରିଛି ।

Leave A Reply

Your email address will not be published.