Latest Odisha News

BREAKING NEWS

ବନ୍ୟାରେ ହୋଇଛି ୧୧୦୦ କୋଟିର କ୍ଷତି, କେନ୍ଦ୍ରକୁ ସହାୟତା ମାଗିଲା ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ଗତମାସରେ ହୋଇଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୧୧ଶହ କୋଟି ଟଙ୍କାର ସହାୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ଦାବି ରଖିଛି । ଏହି ସହାୟତା ରାଶି ସମେତ ବିପର୍ଯ୍ୟୟ ପ୍ରତିରୋଧ ଲାଗି ସ୍ଥାୟୀ ପଦେକ୍ଷପ ନେବାକୁ ଆବଶ୍ୟକ ଅର୍ଥ ମଧ୍ୟ ଦାବି କରାଯିବ ବୋଲି ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରୀୟ ଟିମ୍ ବ୍ୟନ୍ୟା କ୍ଷୟକ୍ଷତିର ଆକାଳନ କରିଥିଲେ । ଏହାପରେ ଲୋକସେବା ଭବନରେ ରାଜ୍ୟ ସକରାର ସହ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ରାଜ୍ୟ ସରକାର କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ରଖିଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ଗତମାସରରେ ହୋଇଥିବା ବ୍ୟନାରେ ୧୮ଟି ଜିଲ୍ଲାର ୨୫ ଲକ୍ଷ ୮୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୨ଲକ୍ଷ ୨୫ ହଜାର ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଛି । ସେହିପରି ୧ଲକ୍ଷ ୨୦ ହଜାର ଘର ନଷ୍ଟ ହୋଇଛି । ୬୨, ୪୫୬ ହେକ୍ଟର ଫସଲରେ ବାଲି ମାଡି ଯାଇଛି । ଏଥିସହ ୮ଲକ୍ଷ ୫୯ ହଜାର ପଶୁ ସମ୍ପଦ ବନ୍ୟାରେ ପ୍ରଭାବିତ ହୋଇଛି । ସେହିପରି ୩୦ଜଣ ଲୋକଙ୍କ ପ୍ରାଣହାନୀ ହୋଇଛି । ବନ୍ୟାରେ ବହୁ ନଦୀବନ୍ଧ, ରାସ୍ତା ଓ ସାର୍ବଜନନୀ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଗତକାଲି ବନ୍ୟା ଅଂଚଳର କ୍ଷୟକ୍ଷତି ଆକଳନ କରିବା ପାଇଁ ୫ଜଣିଆ କେନ୍ଦ୍ରୀୟ ଟିମ୍ ଆସିଥିଲେ । ପ୍ରଥମ ଦିନରେ ବାଲେଶ୍ୱର ଓ କେନ୍ଦ୍ରାପଡା ଓ ଦ୍ୱିତୀୟ ଦିନରେ ଯାଜପୁର ଓ ପୁରୀ ଜିଲ୍ଲା ଗସ୍ତ କରି ବନ୍ୟା କ୍ଷୟକ୍ଷତିର ଆକଳନ କରିଥିଲେ ।

Leave A Reply

Your email address will not be published.