ମୁମ୍ବାଇ: କରୋନାକୁ ହରାଇଲେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା । ଏନେଇ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି । ଏହା ସହ ସେ ପରିବାର ଲୋକ, ସାଙ୍ଗସାଥୀ, ଡାକ୍ତର, ପ୍ରଶଂସକ ତଥା ବିଏମସିକୁ ଧନ୍ୟବାଦ ଜଣାଇଛନ୍ତି। ସେ ଗଲା କିଛି ଦିନ ପୂର୍ବେ କରୋନରେ ଆକ୍ରାନ୍ତ ହେଶଇଥିଲେ । କିନ୍ତୁ ଏବେ ସେ ସୁସ୍ଥ ହୋଇଛନ୍ତି ।
ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ଶେଷର ବହୁତ ଦିନ ପରେ ମୋ ରୁମରୁ ବାହାରୁ ବାହାରିଲି। ଅଳ୍ପ କଷ୍ଟ ଯନ୍ତ୍ରଣା ପାଇ ଏହି ଭାଇରସରୁ ମୁକ୍ତ ପାଇଥିବାରୁ ଧନ୍ୟ ଅନୁଭବ କରୁଛି। ଏହା ସହ ମଲାଇକା ସମସ୍ତଙ୍କୁ ସୁରକ୍ଷିତ ରହିବା ପାଇଁ ଅନୁରୋଧ କରିଛନ୍ତି। ସେ ନିଜ ପୋଷ୍ଟ ସହ ନିଜର ଏକ ଫଟୋ ସେୟାର କରିଛନ୍ତି। ସେଥିରେ ସେ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି।
Comments are closed.