Latest Odisha News

BREAKING NEWS

ଆଇସୋଲେସନ ୱାର୍ଡରେ ପଡି ରହିଛି ୨ଜଣଙ୍କ ମୃତଦେହ, ଭିଡିଓ ଭାଇରାଲ

ଝାରସୁଗୁଡା: ସାମ୍ନାକୁ ଆସିଲା ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚରମ ଅବ୍ୟବସ୍ଥା । ଡାକ୍ତରୀ ଅବହେଳାରୁ ଆଇସୋଲେସନ ୱାର୍ଡରେ ପଡି ରହିଛି ଦୁଇ ଦୁଇଟି ମୃତଦେହ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ଅଜଣା ଯୁବକଙ୍କୁ ଡାକ୍ତର କି ମେଡିକାଲ କର୍ମଚାରୀ କେହି ହେଲେ ଚିକିତ୍ସା କରିବାକୁ ନଆସିବାରୁ ଶେଷରେ ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଛି। ସେହି ପରି ଅନ୍ୟ ଜଣେ ବୟସ୍କ ବ୍ୟକ୍ତିଙ୍କ ମଧ୍ୟ ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଛି। ସବୁଠୁ ବଡ କଥା ରୋଗୀଙ୍କ ଶବ ତଳେ ପଡି ରହିଛି।

ସେହି ପରି ଗତକାଲି ଜଣେ ମହିଳାଙ୍କୁ ମଧ୍ୟ ଡାକ୍ତର କିମ୍ବା ନର୍ସ ଦେଖିବାକୁ ନ ଆସିବାରୁ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଭଳି ଅଭାବନୀୟ ଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି ।  ବିଜେପି ରାଜ୍ୟ ସଂପାଦକ ତଙ୍କଧର ତ୍ରିପାଠୀ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଭିଡ଼ିଓ ପୋଷ୍ଟ କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗୀକୁ ଚିକିତ୍ସା କରାଯାଉ ନାହିଁ ବୋଲି ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଆଇସୋଲେସନ ୱାର୍ଡରେ ରୋଗୀଙ୍କୁ କୋଭିଡ଼ ଟେଷ୍ଟ ନ କରି ଦୀର୍ଘ ସମୟ ଧରି ଚିକିତ୍ସା କରାଯାଉ ନଥିବା ଅଭିଯୋଗ ହେଉଛି।

Leave A Reply

Your email address will not be published.