Latest Odisha News

BREAKING NEWS

ନରମିଲା ଚୀନ୍‌: ସୀମାରେ ଦୁଇ ପକ୍ଷ ଆଉ ବଢ଼ାଇବେନି ସୈନ୍ୟ ବଳ

ନୂଆଦିଲ୍ଲୀ: ଶେଷରେ ନରମିଲା ଚୀନ୍ । ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନାରେ ମାନିଲା ଡ୍ରାଗନ । ଦୀର୍ଘ ୧୩ ଘଂଟାର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ପରେ ବାହାରିଲା ନିଷ୍କର୍ସ । ସୀମାରେ ଶାନ୍ତି ବଜାୟ ରଖିବାକୁ ଭାରତ ଓ ଚୀନ୍ ଆଉ ସୀମାନ୍ତ ଅଂଚଳରେ ବଢାଇବେନି ସୈନ୍ୟ ବଳ । ଏହା ଦ୍ୱାରା ସୀମାନ୍ତ ଏଲଏସିରେ ଲାଗି ରହିଥିବା ଉତେଜନା କମ୍ ହୋଇପାରିବ ବୋଲି ଦୁଇ ଦେଶ ସହମତ ହୋଇଛନ୍ତି ।

ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନାରେ ଗତ ଜୁନ୍ ମାସରୁ ଏଲଏସିରେ ସୃଷ୍ଟି ହୋଇଥିବା ଉତେଜନାମୂଳକ ସ୍ଥିତି କିପରି କମ ହୋଇପାରିବ ତାହା ଉପରେ ଦିଆଯାଇଥିଲା ଫୋକସ୍ । ସୋମବାର ଏନେଇ ହୋଇଥିବା ବୈଠକରୁ ଆରମ୍ଭ ହୋଇଥିଲା କଥାବାର୍ତା ଜରିଆରେ ବାଟ ବାହାର କରିବାର ଧାରା । ସୋମବାର ଷଷ୍ଠ ପର୍ଯ୍ୟାୟ ଆଲୋଚନା ୧୩ ଘଂଟା ଧରି ଚାଲିଥିଲା । ଦୁଇ ଦେଶ ଆଗୁଆ ମୋର୍ଚା ଗୁଡିକୁ ଆଉ ଅଧିକ ସୈନ୍ୟ ବଳ ପଠାଇବେ ନାହିଁ ବୋଲି ଏହି ବୈଠକରେ ଭାରତ ସହିତ ସହମତ ହୋଇଛି ଚୀନ୍ ।

ବର୍ତମାନ ଲଦାଖର ଏଲଏସିରେ ଫିଙ୍ଗର ୪ର ଗୁରୁତ୍ୱପୂର୍ଣ୍ଣ ଘାଟି ଗୁଡିକରେ ଭାରତୀୟ ସେନା କବଜା କରି ସାରିଛି । ଉଚ୍ଚ ଘାଟି ଗୁଡିକରେ ଭାରତୀୟ ସେନା ପହଁଚିବା ପରେ ପ୍ରକୃତରେ ଏଲଏସିରେ ଚୀନ ପାଇଁ ସ୍ଥିତି ଅଡୁଆ ହୋଇଛି । ଏହାରି ମଧ୍ୟରେ ସୀମାରେ ବାରମ୍ୱାର ଏଲଏସିରେ ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ବିଫଳ କରିଆସୁଛି ।

ଏହାରି ଭିତରେ ଆଗକୁ ଶୀତ ଆସୁଥିବା ବେଳେ ସୀମାରେ ଭାରତ ଚୀନ୍ କୁ ଦେଖିବା ପରେ ଅଧିକ ସୈନ୍ୟ ବଳ ପଠାଇବା ସହିତ ଯୁଦ୍ଧ ସ୍ଥିତିର ମୁକାବିଲା ପାଇଁ ଅସ୍ତ୍ରଶସ୍ତ୍ର ଓ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମହଜୁଦ୍ କରି ସାରିଛି । ଏଲଏସିରେ ଚୀନ୍ ର ଚାଲ୍ କାମ ଦେଉନଥିବାରୁ ଏବେ ଚୀନ୍ , ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନାରେ ସୀମାରେ ଆଉ ସୈନ୍ୟ ବଳ ନଢାଇବାକୁ ରାଜି ହୋଇଛି ।

Leave A Reply

Your email address will not be published.