Latest Odisha News

IPL ମହାସମର: କୋଲକାତାକୁ ୪୯ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ଆଇପିଏଲ୍ ଲଢ଼େଇରେ କୋଲକାତା ନାଇଟ ରାଇଡର୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମାଙ୍କ ବିସ୍ଫୋରକ ୮୦ ରନ୍ ଓ ଦ୍ରୁତ ବୋଲର ଓ୍ୱିକେଟ ଖସାଇବାରୁ ୪୯ ରନରେ ବିଜୟୀ ହୋଇଛି ମୁମ୍ବାଇ । କୋଲକାତା ପଦାର୍ପଣ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଥିବା ବେଳେ ମୁମ୍ବାଇ ଦୁଇଟି ମ୍ୟାଚରୁ ପ୍ରଥମ ବିଜୟ ହାସଲ କରିଛି ।

ମୁମ୍ବାଇ ଦେଇଥିବା ୧୯୬ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି କେକେଆର୍ ନିର୍ଦ୍ଧାରିତ ଓଭରରେ ୯ ଓ୍ୱିକେଟ ହରାଇ ୧୪୬ ରନ୍ କରି ପାରିଥିଲା । ୪୯ ରନ୍ ପଛରେ ରହିଯାଇଥିବା ଦଳ । କେକେଆର୍ ପକ୍ଷପୁ ପାଟ୍ କୁମିନ୍ସ ୧୨ ବଲରୁ ଦ୍ରୁତ ୩୩ ରନ୍, ଅଧିନାୟକ ଦୀନଶ କାର୍ତ୍ତିକ ୩୦ ରନ୍ କରିଥିବା ବେଳେ ନୀତିଶ ରାଣା ୨୪ ରନ୍ ହାସଲ କରିଥିଲେ ।

ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ଜେମ୍ସ ପାଟିନସନ୍, ଯଶପ୍ରୀତ ବୁମରାହ ଓ ରାହୁଲ ଚହର ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ । କେରଣ ପୋଲାଡଙ୍କୁ ମିଳିଥିଲା ଗୋଟିଓ ଓ୍ୱିକେଟ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ପାଞ୍ଚ ଓ୍ୱିକେଟ ହରାଇ ୧୯୫ ରନ୍ କରିଥିଲା । ମାତ୍ର ଦ୍ୱିତୀୟ ଓଭରରେ ପାଭିଲନ୍ ଫେରିଥିଲେ ଓପନର କ୍ୱିଣ୍ଟନ ଡିକକ୍ । ଇନିଂସ ସମ୍ଭାଳିଥିଲେ ରୋହିତ ଶର୍ମା ଓ ସୂର୍ୟ୍ୟକୁମାର ଯାଦବ । ରୋହିତ ଶର୍ମା ୫୪ ବଲରେ ୮୦ ରନ୍ ଓ ସୂର୍ଯ୍ୟକୁମାର ଯାଦବ କରିଥିଲେ ୨୪ ବଲରେ ୪୧ ରନ୍ ।

କୋଲକାତା ପକ୍ଷରୁ ପେଟ କୁମିନ୍ସ ମହଙ୍ଗା ବୋଲିଂ କରିଥିଲେ । ସେ ତିନି ଓଭରରେ ଦେଇଥିଲେ ୪୯ ରନ୍ । ସୁନୀଲ ନାରେନ୍ (୪ ଓଭର, ୨୨ ରନ୍, ୧ ଓ୍ୱିକେଟ୍)ଓ ଶିବର ମାଓ୍ୱି (୪ ଓଭର, ୩୨ ରନ୍, ୨ ଓ୍ୱିକେଟ) ଭଲ ବୋଲିଂ କରିଥିଲେ ।

Leave A Reply

Your email address will not be published.