Latest Odisha News

BREAKING NEWS

IPLରେ ରୋହିତ ଶର୍ମା ମାରିଲେଣି ୨୦୦ଟି ଛକା

ଆବୁଧାବି: ଆଇପିଏଲରେ ପୁଣି ଧୂଆଁଧାର ଇନିଂସ ଖେଳିଛନ୍ତି ହିଟମ୍ୟାନ୍ ତଥା ମୁମ୍ୱାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ ଶର୍ମା । କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଚଳିତ ସିଜିନରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ରୋହିତ ୫୪ ବଲରେ ବିସ୍ଫୋରକ ୮୦ ରନ୍ ପିଟିଛନ୍ତି । ଏହା ଭିତରେ ରହିଛି ତିନିଟି ଚୌକା ଓ ଛଅଟି ଛକା । ଏହାସହ ଆଇପିଏଲରେ ଦୁଇ ଶହ ଛକା ମାରିବା ତାଲିକାରେ ନିଜ ନାଁ ଲେଖାଇଛନ୍ତି ରୋହିତ ଶର୍ମା ।

ଆଜିର (ବୁଧବାର) ମ୍ୟାଚ ପୂର୍ବରୁ ରୋହିତ ଶର୍ମା ୧୯୪ ଛକାର ଅଧିକାରୀ ଥିଲେ । ଆଇପିଏଲରେ ଦୁଇ ଶହ ଛକା ହାସଲ କରିଥିବା ସେ ହୋଇଛନ୍ତି ଚତୁର୍ଥ ଖେଳାଳି ।

ପୂର୍ବରୁ କ୍ରିସ ଗେଲ୍ (୩୨୬ ଛକା) ରହିଥିବା ବାଳେ ଦ୍ୱିତୀୟ ସ୍ଥାନରେ ଏବି ଡିଭିଲିୟର୍ସ (୨୧୪ ଛକା) ଅଛନ୍ତି । ତୃୀତୟ ସ୍ଥାନରେ ଅଛନ୍ତି ଚେନ୍ନାଇ ସୁପରକିଙ୍ଗସ୍ ଅଧିନାୟକ ଏମ୍. ଏସ୍. ଧୋନି (୨୧୨ ଛକା) ।

Leave A Reply

Your email address will not be published.