Latest Odisha News

BREAKING NEWS

ହୋମ୍ ଆଇସୋଲେସନରେ ରହିପାରିବେ କରୋନା ସଂକ୍ରମିତ ଡାଇବେଟିସ୍ ରୋଗୀ: ଡାକ୍ତର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏପରିକି ଜଟିଳ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ମାନେ କରୋନାରେ ସଂକ୍ରମିତ ହେଲେ ଅବସ୍ଥା ଗମ୍ଭୀର ମଧ୍ୟ ହୋଇପାରେ ।

ଏଭଳି ସମୟରେ ମଧୁମେହ ରୋଗୀଙ୍କୁ କରୋନା ହେଲେ ବ୍ୟକ୍ତି ବିଶେଷ କିଭଳି ନିଜର ଯତ୍ନ ନେବେ, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ଡାକ୍ତର ଅନୁଜ ବଳିୟାରସିଂହ ।

ରାଜ୍ୟ ସରକାରଙ୍କ ଏକ ପ୍ରୋଗ୍ରାମରେ ସୂଚନା ଦେଇ କଟକ ବଡ ମେଡିକାଲର ଏନଡୋକ୍ରିନୋଲୋଜିର ଏଚଓଡି ପ୍ରଫେସର ଅନୁଜ ବଳିୟାରସିଂହଙ୍କ ସୂଚନାନୁଯାୟୀ ମଧୁମେହ ରୋଗୀଙ୍କର ଉଚ୍ଚ ରକ୍ତଚାପ ତଥା ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ଥିଲେ ସେମାନେ ହୋମ୍ ଆଇସୋଲେସନରେ ରହିପାରିବେ । ସେମାନଙ୍କୁ କୌଣସି ହସ୍ପିଟାଲ ଯିବାକୁ ଦରକାର ନାହିଁ । ଯଦି ସେମାନଙ୍କର ବ୍ଲଡ୍ ସୁଗାର ହାଇ ଥାଏ ତାହେଲେ ସ୍ଥିତି ଜଟିଳ ମଧ୍ୟ ହୋଇପାରେ ।

ଆହୁରି ମଧ୍ୟ କରୋନା ଆକ୍ରାନ୍ତ ଡାଇବେଟିସ୍ ରୋଗୀ ଇନସୁଲିନ୍ ନେବା ଉଚିତ୍ ।
ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲର କାର୍ଡିଓଲୋଜିଷ୍ଟ ଡ. ମହେନ୍ଦ୍ର ତ୍ରିପାଠି କହିଛନ୍ତି ଯେ କରୋନା ରୋଗୀମାନଙ୍କ ଠାରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଥିବାରୁ ଏହା ହାର୍ଟ ପେସେଣ୍ଟ୍ ରୋଗୀଙ୍କ ପାଇଁ ସମସ୍ୟା ବଢାଇବାର ଆଶଙ୍କା ରହିଛି ।

Leave A Reply

Your email address will not be published.