Latest Odisha News

BREAKING NEWS

ଆଜି ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ, ରାଜ୍ୟରେ ସୁସ୍ଥତା ହାର ୮୧%

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରୁ ୪ ହଜାର ଉପରେ ସଂକ୍ରମିତ ଚହ୍ନଟ ହୋଇଥିବା ବେଳେ ପାଖାପାଖି ୪ ହଜାର ଆକ୍ରାନ୍ତ ସୁସ୍ଥ ବି ହୋଇଛନ୍ତି । ଆଜି ଆରୋଗ୍ୟ ଲାଭ କରିଛନ୍ତି ଆଉ ୩ ହଜାର ୭୭୯ ଆକ୍ରାନ୍ତ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୦ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୨୭, ପୁରୀରୁ ୧୫୮, ବାଲେଶ୍ୱରରୁ ୧୫୫ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଡାସଚାର୍ଜ ହୋଇଛନ୍ତି । ଆଜି ୧୨ଟି ଜିଲ୍ଲାରୁ ଶହେରୁ ଅଧିକ ଲେଖାଏଁ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।

ରାଜ୍ୟରେ ସୁସ୍ଥ ହେଲେଣି ଲକ୍ଷେ ୬୧ ହଜାର ୪୪ କରୋନା ଆକ୍ରାନ୍ତ । ସୁସ୍ଥତା ହାର ରହିଛି ୮୧.୭୯% । ରାଜ୍ୟରେ ୩୫ ହଜାର ୩୯ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.