Latest Odisha News

କେନ୍ଦ୍ରମନ୍ତ୍ରୀଙ୍କ ପରେ କରୋନା ନେଲା ଆଉ ଜଣେ ନେତାଙ୍କ ମୁଣ୍ଡ

ବେଙ୍ଗାଲୁରୁ: କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ଅଙ୍ଗଡି କୋଭିଡ-୧୯ରେ ମୃତ୍ୟୁବରଣ କରିବାର ଗୋଟିଏ ଦିନ ପରେ ଏହି ମାରାତ୍ମକ ଭୁତାଣୁ କର୍ଣ୍ଣାଟକ ବିଡର ବିଧାୟକ ଅର୍ଜୁନ ବାସଭାକଲ୍ୟାଣ ନାରାୟଣ ରାଓଙ୍କ ମୃତ୍ୟୁ ର କାରଣ ହୋଇଛି । ମୃତ୍ୟୁବରଣ ବେଳେ ବିଧାୟକ  ୬୬ ବର୍ଷର ହୋଇଥିଲେ।

ଗତ କିଛି ଦିନ ତଳେ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରାଓଙ୍କ ଅବସ୍ଥା ବିଗିଡି ଯାଇଥିଲା। ସେ ମଲ୍ଟିଅରଗାନ୍ ବିଫଳତାର ଶିକାର ହୋଇଥିଲେ ଏବଂ ଆଇସିୟୁରେ ଭେଣ୍ଟିଲେଟର ସହାୟତାରେ ଥିଲେ ବୋଲି ଡାକ୍ତରଖାନା କହିଛି।

Leave A Reply

Your email address will not be published.