Latest Odisha News

BREAKING NEWS

କରୋନା ସଂକ୍ରମଣର ମୁକାବିଲା ଲାଗି ବ୍ୟବସାୟୀ ଓ ପୋଲିସ କମିଶନରଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର : ଗତ କିଛି ଦିନ ଧରି ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୋକାନ ବଜାର ଖୋଲିବା ନେଇ କଟକଣା ହଟିବା ପରେ ଏବେ ବହୁ ସ୍ଥାନରେ ଲୋକେ ସାମାଜିକ ଦୂରତ୍ୱ ଓ ଏପରିକି ମାସ୍କ ପିନ୍ଧିବା ନେଇ ସଚେତନତା ହେଉ ନ ଥିବା ନଜରକୁ ଆସୁଛି । ଏଥି ପାଇଁ ଆଜି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ବିଭିନ୍ନ ବଜାର କମିଟିର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ।

ପୋଲିସ ସେବା ଭବନରେ ଆୟୋଜିତ ଏହି ଆଲୋଚନାରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରତିଟି ବଜାରରେ କମିଟି ପକ୍ଷରୁ ସୁରକ୍ଷାକର୍ମୀ ନିୟୋଜିତ ରହିବେ । ଏଥି ସହ କମିଟିର ସ୍ୱେଚ୍ଛାସେବୀମାନେ ଲୋକଙ୍କୁ ସଚେତନ କରିବେ । ମାଇକ ଲଗାଇ ମଧ୍ୟ ପ୍ରଚାର ମାଧ୍ୟମରେ ସଚେତନ କରାଯିବ । ଦୋକାନଗୁଡିକ ଆଗରେ ବ୍ୟାରିକେଟ୍ କରାଯିବ । ଗ୍ରାହକମାନେ ତଥାପି ଦୋକାନ ଆଗରେ ଭିଡ କଲେ ଦୋକାନୀ ୧୦୦ରେ ଫୋନ କରି ଜଣାଇପାରିବେ ବୋଲି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ସୂଚନା ଦେଇଛନ୍ତି ।

ସେହିପରି କଟକର ବିଭିନ୍ନ ବଜାର କମିଟି ସଦସ୍ୟ ଓ ପୂଜା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ।

Leave A Reply

Your email address will not be published.