ଦୁବାଇ: ଚଳିତ ଆଇପିଏଲରେ ପ୍ରଥମ ଶତକ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଧୂଆଁଧାର ଶତକ ମାରିଛନ୍ତି କିଙ୍ଗସ ଇଲେଭେନ୍ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ । ଦୁବାଇରେ ଚୌକା ଓ ଛକା ବର୍ଷା କରିଛନ୍ତି । ଲୋକଶ ରାହୁଲଙ୍କ ଏହି ବିସ୍ଫୋରକ ଓ ରୋମାଞ୍ଚକର ଇନିଂସ ବଳରେ ବେଙ୍ଗାଲୁରୁ ଆଗରେ ୨୦୭ ରନ୍ ବିଜୟ ଲକ୍ଷ୍ୟ ରଖିଛି କିଙ୍ଗସ ଇଲେଭେନ୍ ପଞ୍ଜାବ । ନିର୍ଦ୍ଧାରିତ ଓଭରରେ ଦଳ ୩ ଓ୍ୱିକେଟ ହରାଇ ୨୦୬ ରନ୍ କରିଛି ।
ଲୋକେଶ ରାହୁଲ
ଦୁବାଇରେ ଟସ୍ ଜିତିଥିଲା ବେଙ୍ଗାଲୁରୁ । ତେବେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ କ୍ୟାପଟେନ୍ ବିରାଟ କୋହଲି । ଟସ୍ ହାରି ବ୍ୟାଟିଂ କରିଥିବା ପଞ୍ଜାବ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲା । ଶେଷ ଓଭର ବେଳକୁ ବିସ୍ଫୋରକ ଇନିଂସ ଖେଳିଥିଲେ ଲୋକେଶ ରାହୁଲ । ବେଙ୍ଗାଲୁର ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । କେ. ଏଲ୍. ରାହୁଲ ଏକାକୀ ଅପରାଜିତ ୧୩୨ ରନ୍ କରିଛନ୍ତି । ଖେଳିଛନ୍ତି ୬୯ ବଲ୍ । ଏହା ଭିତରେ ରହିଛି ୧୪ଟି ଚୌକା ଓ ୭ଟି ଛକା ।

ପଞ୍ଜାବ ପକ୍ଷରୁ ଇନିଂସ ଓପନ କରିଥିଲେ କେ. ଏଲ୍. ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲ । ବ୍ୟକ୍ତିଗତ ୨୬ ରନ୍ ଓ ଦଳୀୟ ସ୍କୋର ୫୭ ରନ୍ ବେଳେ ପାଭିଲନ୍ ଫେରିଥିଲେ ମୟଙ୍କ ଅଗ୍ରଓ୍ୱାଲ । ପରେ ନିକୋଲାସ ପୁରନ ୧୭ ରନ୍ ଓ ମାକ୍ସଓ୍ୱେଲ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ । ଶୀଘ୍ର ଓ୍ୱିକେଟ ଖସିବାରୁ ଏକ ବଡ଼ ସ୍କୋର କରିବାରେ ଫେଲ୍ ମାରିଥିଲା ପଞ୍ଜାବ ।

ବେଙ୍ଗାଲୁରୁ ପକ୍ଷରୁ ଶିବମ ଦୁବେ ୨ଟି ଓ୍ୱିକେଟ ଅକ୍ତିଆର କରିଥିବା ବେଳେ ଯୁଜବେନ୍ଦର ଚହଲଙ୍କୁ ମିଳିଛି ଗୋଟିଏ ଓ୍ୱିକେଟ । ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ଉମେଶ ଯାଦବ ଓ ଡେଲ୍ ଷ୍ଟେନ୍ । ଉମେଶ ଯାଦବ ୩ ଓଭରରେ ୩୭ ରନ୍ ବ୍ୟୟ କରିଥିବା ବେଳେ ଷ୍ଟେନ୍ ନିଜ କୋଟାରେ ୫୭ ରନ୍ ଖର୍ଚ୍ଚ କରିଛନ୍ତି ।
BREAKING NEWS
- ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା, ଘରୁ ମିଳିଲା ଝୁଲନ୍ତା ମୃତଦେହ
- ନିଟ୍ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ସମସ୍ତ ଏଫଆଇଆର ଖାରଜ, ସେପ୍ଟେମ୍ବର ୫ ଆନ୍ଦୋଳନରୁ ଓହରିଲା ସିଜେପି
- SCO photo: ମଞ୍ଚରେ ମୋଦି-ଜିନପିଙ୍ଗଙ୍କ ଚିଟଚାଟ୍, ପୁଟିନଙ୍କ ପଛେ ପଛେ ଧାଇଁଲେ ଶରିଫ… SCO ଫଟୋ ଅପ୍ ପରେ ଭାଇରାଲ୍ ହେଲା ଭିଡିଓ
- ଚିନି ଡିଲରଙ୍କ ପାଇଁ ନୂଆ କଟକଣା: ସେପ୍ଟେମ୍ବର ୧୫ରୁ ୨ ହଜାର କ୍ୱିଣ୍ଟାଲରୁ ଅଧିକ ଷ୍ଟକ୍ ରଖିବା ଉପରେ ବାରଣ
- SC Cancels FIRs: ଆନ୍ଦୋଳନକାରୀ ଛାତ୍ରଙ୍କ ବିରୋଧରେ ରୁଜୁ FIR ରଦ୍ଦ, ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
- ପୋଲିସ ଏସଆଇ ପରୀକ୍ଷା ସ୍କାମ୍: ସିବିଆଇ ରାଡାରରେ ଜେଲ୍ ଡିଜି ସୁଶାନ୍ତ ନାଥ, ଜେରା ପାଇଁ ରାଜ୍ୟ ସରକାରଙ୍କୁ ମାଗିଲା ଅନୁମତି
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା
- ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା
- ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ: ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
- ନେପାଳର ଭୟଙ୍କର ବନ୍ୟା; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ

Comments are closed.