ଦୁବାଇ: ଚଳିତ ଆଇପିଏଲରେ ପ୍ରଥମ ଶତକ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଧୂଆଁଧାର ଶତକ ମାରିଛନ୍ତି କିଙ୍ଗସ ଇଲେଭେନ୍ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ । ଦୁବାଇରେ ଚୌକା ଓ ଛକା ବର୍ଷା କରିଛନ୍ତି । ଲୋକଶ ରାହୁଲଙ୍କ ଏହି ବିସ୍ଫୋରକ ଓ ରୋମାଞ୍ଚକର ଇନିଂସ ବଳରେ ବେଙ୍ଗାଲୁରୁ ଆଗରେ ୨୦୭ ରନ୍ ବିଜୟ ଲକ୍ଷ୍ୟ ରଖିଛି କିଙ୍ଗସ ଇଲେଭେନ୍ ପଞ୍ଜାବ । ନିର୍ଦ୍ଧାରିତ ଓଭରରେ ଦଳ ୩ ଓ୍ୱିକେଟ ହରାଇ ୨୦୬ ରନ୍ କରିଛି । ଲୋକେଶ ରାହୁଲ
ଦୁବାଇରେ ଟସ୍ ଜିତିଥିଲା ବେଙ୍ଗାଲୁରୁ । ତେବେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ କ୍ୟାପଟେନ୍ ବିରାଟ କୋହଲି । ଟସ୍ ହାରି ବ୍ୟାଟିଂ କରିଥିବା ପଞ୍ଜାବ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲା । ଶେଷ ଓଭର ବେଳକୁ ବିସ୍ଫୋରକ ଇନିଂସ ଖେଳିଥିଲେ ଲୋକେଶ ରାହୁଲ । ବେଙ୍ଗାଲୁର ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । କେ. ଏଲ୍. ରାହୁଲ ଏକାକୀ ଅପରାଜିତ ୧୩୨ ରନ୍ କରିଛନ୍ତି । ଖେଳିଛନ୍ତି ୬୯ ବଲ୍ । ଏହା ଭିତରେ ରହିଛି ୧୪ଟି ଚୌକା ଓ ୭ଟି ଛକା ।
ପଞ୍ଜାବ ପକ୍ଷରୁ ଇନିଂସ ଓପନ କରିଥିଲେ କେ. ଏଲ୍. ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲ । ବ୍ୟକ୍ତିଗତ ୨୬ ରନ୍ ଓ ଦଳୀୟ ସ୍କୋର ୫୭ ରନ୍ ବେଳେ ପାଭିଲନ୍ ଫେରିଥିଲେ ମୟଙ୍କ ଅଗ୍ରଓ୍ୱାଲ । ପରେ ନିକୋଲାସ ପୁରନ ୧୭ ରନ୍ ଓ ମାକ୍ସଓ୍ୱେଲ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ । ଶୀଘ୍ର ଓ୍ୱିକେଟ ଖସିବାରୁ ଏକ ବଡ଼ ସ୍କୋର କରିବାରେ ଫେଲ୍ ମାରିଥିଲା ପଞ୍ଜାବ ।
ବେଙ୍ଗାଲୁରୁ ପକ୍ଷରୁ ଶିବମ ଦୁବେ ୨ଟି ଓ୍ୱିକେଟ ଅକ୍ତିଆର କରିଥିବା ବେଳେ ଯୁଜବେନ୍ଦର ଚହଲଙ୍କୁ ମିଳିଛି ଗୋଟିଏ ଓ୍ୱିକେଟ । ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ଉମେଶ ଯାଦବ ଓ ଡେଲ୍ ଷ୍ଟେନ୍ । ଉମେଶ ଯାଦବ ୩ ଓଭରରେ ୩୭ ରନ୍ ବ୍ୟୟ କରିଥିବା ବେଳେ ଷ୍ଟେନ୍ ନିଜ କୋଟାରେ ୫୭ ରନ୍ ଖର୍ଚ୍ଚ କରିଛନ୍ତି ।
BREAKING NEWS
- ସିଜରିଆନ୍ ଅପରେସନ୍ ପରେ ୧୭ ବର୍ଷ ଧରି ମହିଳାଙ୍କ ପେଟରେ ରହିଗଲା ସର୍ଜିକାଲ୍ କଇଁଚି!
- ଚେନ୍ନାଇକୁ ୫୦ ରନ୍ରେ ହରାଇଲା ଆରସିବି, ଚେପକରେ ୧୭ ବର୍ଷ ପରେ ବିଜୟ
- ଏନ୍ଏଚ୍-୫୫ ରାସ୍ତା କାମ ଦୁଇ ମାସ ଭିତରେ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
- ଦିଲ୍ଲୀ ନୁହେଁ ତାମିଲନାଡ଼ୁରେ ନବୀନ, ସାଙ୍ଗରେ ଅଛନ୍ତି ଭି.କେ ପାଣ୍ଡିଆନ୍!
- ବିଧାୟକଙ୍କ ଦରମା: ଓଡ଼ିଶା ଦେଶରେ ତଳୁ ଆଡ଼ୁ!
- ନୋକିଆ ଫୋନର ବିଫଳତା କାହିଁକି ସମସ୍ତେ ଜାଣିବା ଆବଶ୍ୟକ?
- ବିଜେଡିକୁ ଝଟକା: ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ
- ଲାଞ୍ଚ ନେଇ ଫସିଲେ ଓଡିଶା ଡାକ୍ତର
- ପୋଲିସି ଡିଜିଙ୍କ ଉପରେ ବର୍ଷିଲା କଂଗ୍ରେସ, କାର୍ଯ୍ୟାନୁଷ୍ଠାନ ପାଇଁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି
- ରାଜଧାନୀରେ ବିକ୍ଷୋଭ ବେଳେ ହିଂସା: ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ
Comments are closed.