ମୁମ୍ବାଇ: ବଲିଉଡର ଡ୍ରଗ୍ସ ଲିଙ୍କକୁ ନେଇ ତନାଘନା ଚଳାଇଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆଜି ଏନସିବିରେ ହାଜର ହେବେ ରକୁଲ ପ୍ରୀତ ସିଂହ । ପଚରାଉଚରା ପାଇଁ ତାଙ୍କୁ ସମନ କରଯାଇଥିଲା । ଏହାସହ ଦୀପିକା ପାଦୁକୋନଙ୍କ ଟ୍ୟାଲେଣ୍ଟ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ବି ଆଜି ପଚରାଉଚରା କରିବ ଏନସିବି ।
ରକୁଲ ପ୍ରୀତ ସିଂହଙ୍କୁ ଗତକାଲି ହାଜର ହେବାକୁ ସମନ୍ ଜାରି କରିଥିଲା ଏନସିବି । ତେବେ ସମନ ପାଇ ନଥିବା କହିଥିଲେ ରକୁଲ । ଏହାପରେ ତାଙ୍କ ପାଖକୁ ଆଉ ଏକ ନୋଟିସ୍ ପଠାଯାଇଥିଲା ।

ସେହିପରି କରିସ୍ମା ପ୍ରକାଶ ସ୍ୱାସ୍ଥ୍ୟାବସ୍ଥା କାରଣ ଦର୍ଶାଇ ହାଜର ହୋଇ ନଥିଲେ । ଆସନ୍ତାକାଲି ସୁଦ୍ଧା ହାଜର ନହେବାକୁ ତାଙ୍କୁ ସମୟ ଦିଆଯାଇଥିଲା । କରିସ୍ମା ପ୍ରକାଶ ହ୍ୱାଟ୍ସ ଆପ୍ ଚାର୍ଟରୁ ଡ୍ରଗ୍ସ କାରବାର ତଥ୍ୟ ମିଳିଛି । ଏସମ୍ପର୍କରେ ତାଙ୍କୁ ପଚରାଉଚରା କରିବ ଏନସିବି ।
ଏଥିସହ ପଢ଼ନ୍ତୁ: ଦେଶରେ ୫୮ ଲକ୍ଷ ଟପିଲା କୋଭିଡ ପଜିଟିଭଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଡେଇଁଲା ୯୨ ହଜାର
ରକୁଲ, କରିସ୍ମାଙ୍କ ବ୍ୟତୀତ ଧର୍ମା ପ୍ରଡକ୍ସନର କାର୍ଯ୍ୟକାରୀ ପ୍ରଯୋଜକ କ୍ଷୀତିଜ ରବିଙ୍କୁ ବି ଆଜି ଜେରା କରିପାରେ ନାରକୋଟିକ୍ସ କଣ୍ଚ୍ରୋଲ ବ୍ୟୁରୋ । ଗତକାଲି ତାଙ୍କ ଘରେ ରେଡ ହୋଇଥିଲା ଓ ଆଜି ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

ଡ୍ରଗ୍ସ ଲିଙ୍କରେ ଆସନ୍ତାକାଲି ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ପଚରାଉଚରା କରିବ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଗତକାଲି ଗୋଆରୁ ସାରା ଅଲ୍ଲୀ ଖାନ ଓ ଦୀପିକା ପାଦୁକୋନ ମୁମ୍ବାଇ ଫେରିଛନ୍ତି ।
BREAKING NEWS
- ଭିଜିଲାନ୍ସ ପଞ୍ଝାରେ ମୟୁରଭଞ୍ଜ ପୂର୍ତ୍ତ ବିଭାଗ AEE
- ଫ୍ଲାଇଦୁବାଇ ହାଇଜାକର ଅଲ୍ ହମାମୀର ବିସ୍ଫୋରକ ସ୍ଵୀକାରୋକ୍ତି; ମୁଁ ମରିବାକୁ ଡରେ ନାହିଁ…
- ଗହୀରମଥାରେ ବେଆଇନ ମାଛଧରା; ୭ ମତ୍ସ୍ୟଜୀବୀ ଗିରଫ
- ‘ଇସ୍ତଫା ଦେବାର କୌଣସି ଅର୍ଥ ନାହିଁ’ : ଟି-୨୦ ଅଧିନାୟକ ପଦରୁ ଓହରିବେ ନାହିଁ ଲିଟନ ଦାସ
- ଭାରତୀୟ କମ୍ପାନୀ ଉପରେ ଋଷର ଡ୍ରୋନ ଆକ୍ରମଣ, ଜଣେ ମୃତ
- ଫ୍ଲାଇଦୁବାଇ ବିମାନ ୯/୧୧ ଶୈଳୀରେ ତେଲ୍ ଆଭିଭ୍ର ଅଟ୍ଟାଳିକାରେ ବିମାନ ପିଟିବାକୁ ଯୋଜନା କରିଥିଲା କୋ-ପାଇଲଟ୍
- ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ:ମୁଖ୍ୟମନ୍ତ୍ରୀ
- ନିଶା ବେପାରୀଙ୍କ ଉପରେ ପୋଲିସର ବଡ଼ ଆକ୍ସନ; ୪୦୩ ଗ୍ରାମ ବ୍ରାଉନ୍ ସୁଗାର ଜବତ; ଛଅ ଗିରଫ
- ‘MICE ଇନ୍ସେଣ୍ଟିଭ୍ ପୋର୍ଟାଲ୍’ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ;ନିବେଶ ଓ ଅନୁଭୂତିଭିତ୍ତିକ ଭ୍ରମଣକୁ ପ୍ରୋତ୍ସାହିତ କରିବ
- ମାତ୍ର ୫ଟି ବଞ୍ଚିଥିଲେ… , ଆଜି ୩୫୦ ହେବାରୁ ଏହି ଚଢ଼େଇ ଜିତିଲା ବାର୍ଡ ଅଫ୍ ଦି ଇୟର ଟାଇଟଲ

Comments are closed.