ମୁମ୍ବାଇ: ବଲିଉଡର ଡ୍ରଗ୍ସ ଲିଙ୍କକୁ ନେଇ ତନାଘନା ଚଳାଇଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆଜି ଏନସିବିରେ ହାଜର ହେବେ ରକୁଲ ପ୍ରୀତ ସିଂହ । ପଚରାଉଚରା ପାଇଁ ତାଙ୍କୁ ସମନ କରଯାଇଥିଲା । ଏହାସହ ଦୀପିକା ପାଦୁକୋନଙ୍କ ଟ୍ୟାଲେଣ୍ଟ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ବି ଆଜି ପଚରାଉଚରା କରିବ ଏନସିବି ।
ରକୁଲ ପ୍ରୀତ ସିଂହଙ୍କୁ ଗତକାଲି ହାଜର ହେବାକୁ ସମନ୍ ଜାରି କରିଥିଲା ଏନସିବି । ତେବେ ସମନ ପାଇ ନଥିବା କହିଥିଲେ ରକୁଲ । ଏହାପରେ ତାଙ୍କ ପାଖକୁ ଆଉ ଏକ ନୋଟିସ୍ ପଠାଯାଇଥିଲା ।

ସେହିପରି କରିସ୍ମା ପ୍ରକାଶ ସ୍ୱାସ୍ଥ୍ୟାବସ୍ଥା କାରଣ ଦର୍ଶାଇ ହାଜର ହୋଇ ନଥିଲେ । ଆସନ୍ତାକାଲି ସୁଦ୍ଧା ହାଜର ନହେବାକୁ ତାଙ୍କୁ ସମୟ ଦିଆଯାଇଥିଲା । କରିସ୍ମା ପ୍ରକାଶ ହ୍ୱାଟ୍ସ ଆପ୍ ଚାର୍ଟରୁ ଡ୍ରଗ୍ସ କାରବାର ତଥ୍ୟ ମିଳିଛି । ଏସମ୍ପର୍କରେ ତାଙ୍କୁ ପଚରାଉଚରା କରିବ ଏନସିବି ।
ଏଥିସହ ପଢ଼ନ୍ତୁ: ଦେଶରେ ୫୮ ଲକ୍ଷ ଟପିଲା କୋଭିଡ ପଜିଟିଭଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଡେଇଁଲା ୯୨ ହଜାର
ରକୁଲ, କରିସ୍ମାଙ୍କ ବ୍ୟତୀତ ଧର୍ମା ପ୍ରଡକ୍ସନର କାର୍ଯ୍ୟକାରୀ ପ୍ରଯୋଜକ କ୍ଷୀତିଜ ରବିଙ୍କୁ ବି ଆଜି ଜେରା କରିପାରେ ନାରକୋଟିକ୍ସ କଣ୍ଚ୍ରୋଲ ବ୍ୟୁରୋ । ଗତକାଲି ତାଙ୍କ ଘରେ ରେଡ ହୋଇଥିଲା ଓ ଆଜି ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

ଡ୍ରଗ୍ସ ଲିଙ୍କରେ ଆସନ୍ତାକାଲି ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ପଚରାଉଚରା କରିବ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଗତକାଲି ଗୋଆରୁ ସାରା ଅଲ୍ଲୀ ଖାନ ଓ ଦୀପିକା ପାଦୁକୋନ ମୁମ୍ବାଇ ଫେରିଛନ୍ତି ।
BREAKING NEWS
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
Comments are closed.