Latest Odisha News

BREAKING NEWS

ଦେଶରେ ୫୮ ଲକ୍ଷ ଟପିଲା କୋଭିଡ ପଜିଟିଭଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଡେଇଁଲା ୯୨ ହଜାର

ନୂଆଦିଲ୍ଲୀ: ବେଲଗାମ କରୋନା ଦେଶରେ ଅସମ୍ଭାଳ କରୋନା ସ୍ଥିତି । ପ୍ରତିଦିନ ଚିହ୍ନଟ ହେଉଛନ୍ତି ପାଖାପାଖି ଲକ୍ଷେ ସଂକ୍ରମିତ । ୧୦୦୦ ଉପରେ ଲୋକଙ୍କର ପ୍ରାଣ ମଧ୍ୟ ଯାଉଛି । ବେଳକୁ ବେଳ ଏହା ନିଜର କରାଳ ରୂପ ନେଇ ଚାଲିଛି ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୮୬,୦୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮ ,୧୮,୫୭୧ ଛୁଇଁଛି । ଏହାସହ ଯାଇଛି ୧୧୪୧ ଜଣଙ୍କ ପ୍ରାଣ । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୯୨,୨୯୦ ରେ ପହଞ୍ଚିଛି ।

ଅନ୍ୟପଟେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ପାଖାପାଖି ୪୭,୫୬,୧୬୫ ଲୋକ ଆରୋଗ୍ୟ ଲାଭ କଲେଣି । ଏହାସହ ବର୍ତ୍ତମାନ ଦେଶରେ ଆକ୍ଟିଭ କେସ ରହିଛି ୯,୭୦,୧୧୬ ।

Leave A Reply

Your email address will not be published.