Latest Odisha News

BREAKING NEWS

ମହାନଦୀ ଉପରେ ନିର୍ମାଣ ହେବ ଉଚ୍ଚ ସେତୁ; ୧୧୮ କୋଟି ଟଙ୍କାର ଅର୍ଥରାଶି ମଞ୍ଜୁର

ଭୁବନେଶ୍ୱର:ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ-ପୋଷଳ-ଶଙ୍ଖେଶ୍ବର ରାସ୍ତାର ମହାନଦୀ ଉପରେ ୮୮୮.୮୯ ମିଟର ଦୈର୍ଘ୍ୟର ଏକ ଉଚ୍ଚ ସେତୁ ନିର୍ମାଣ କରିବାକୁ ଯାଉଛନ୍ତି।

ସେତୁଟିକୁ ୧୧୮.୫୭ କୋଟି ଟଙ୍କା ଅଟକଳରେ ନିର୍ମାଣ ପାଇଁ ମଞ୍ଜୁର ମିଳିଛି।

ଏହି ସେତୁ ନିର୍ମାଣ କରାଗଲେ ଜିଲ୍ଲାର ବହୁ ପଞ୍ଚାୟତ/ଗ୍ରାମ ତଥା- ଅଇନ୍ତ, ଗୋପାଳପୁର, କାନିମୂଳ, ବିଶନପୁର, କୃଷ୍ଟନଦପୁର, ପୋଷାଳ, ବିଜିପୁର, ସରଲପୁର, ତେନ୍ତୁଳିପଡା ଆଦି ଗ୍ରାମରେ ବସବାସ କରୁଥିବା ପ୍ରାୟ ୫୦ ହଜାର ଲୋକ ଉପକୃତ ହେବେ।

ତେବେ ଶୁକ୍ରବାର ଦିନ ଏହି ସେତୁର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଏହି ପ୍ରକ୍ରିୟା ସମାପ୍ତ ହେବା ପରେ ଯାଇ କାର୍ଯ୍ୟଟି ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Comments are closed.