Latest Odisha News

BREAKING NEWS

ଗଙ୍ଗଶିଉଳିର ଉପକାରିତା ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

ଭୁବନେଶ୍ୱର:ଗଙ୍ଗଶିଉଳୀ ବା ଶେଫାଳିକୁ ଇଂରାଜୀରେ ‘କୁଇନ୍‌ ଅଫ ନାଇଟ୍‌’ ବା କୋରାଲ ଜାସ୍‌ନିମ୍‌ ବା ସରୋପୁଲ୍‌ଟ୍ରି କହାଯାଏ । ଉଦ୍ଭିଦ ବିଜ୍ଞାନ ପରିଭାଷାରେ ନିକ୍ଟାନ୍‌ଥେସ୍‌ ଆରବୋରଟ୍ରିସ୍‌ଟିସ୍‌ ‌। ନିକ୍ଟାନ୍‌ଥେସ୍‌’ର ଅର୍ଥ ରାତିର ଫୁଲ ଓ ଆର୍‌ବୋରଟ୍ରିସ୍‌ଟିସ୍‌’ର ଅର୍ଥ ‘ଦୁଃଖ ଗଛ’ । ଓଡ଼ିଆରେ ଶୃଙ୍ଗାରହାର ବା ଶେଫାଳୀ କହୁଥିବାବେଳେ ସଂସ୍କୃତରେ ଏହାକୁ ଶେଫାଳିକା, ରଜନୀହାର, ଶୀତ ମଞ୍ଜରୀ କୁହାଯାଏ ।

ଗଙ୍ଗଶିଉଳୀର ପତ୍ର ଗୁଡ଼ିକ ଖୁବ ପିତା l ଏଥିରେ ଏକ ପ୍ରକାର ଜୈବିକ ରସ ବା ଆଲାକାଲଏଡ୍ ରହିଛି । ଏହାର ଫୁଲର ପାଖୁଡ଼ା ଧଳା ନାଲି ମିଶା ହଳଦିଆ । ଔଷଧିରେ କେବଳ ପତ୍ର ଫୁଲ ନୁହେଁ ମୂଳ ସମେତ ପଞ୍ଚାଙ୍ଗ ବ୍ୟବହୃତ ହୁଏ । ଏହା କଟୁ, ରୁକ୍ଷ, ଉଷ୍ଣବୀର୍ଯ, କ୍ଷୟ ରୋଗ ନାଶକ ଏବଂ ବାୟୁ ନାଶକ । ଗଙ୍ଗଶିଉଳି ଫୁଲ ଶାଢ଼ୀରେ ରଙ୍ଗ ଦେବା ପାଇଁ ବ୍ୟବହୃତ ହୁଏ । ପ୍ରାଚୀନ କାଳରେ ବୌଦ୍ଧ ସନ୍ନ୍ୟାସୀମାନେ ବସ୍ତ୍ରକୁ ଗୈରିକ କରିବା ପାଇଁ ଏହିଫୁଲର ରଙ୍ଗ ବ୍ୟବହାର କରୁଥିଲେ । ହିନ୍ଦୁ ବିଶ୍ଵାସ ଅନୁଯାୟୀ ସ୍ଵର୍ଗର ପାଞ୍ଚଟି ମନୋବାଞ୍ଛା ପୂରଣକାରୀ ଫୁଲ ମଧ୍ୟରୁ ଗଙ୍ଗଶିଉଳି ଗୋଟିଏ ।

ଔଷଧୀୟ ଗୁଣ:

ମୁଣ୍ଡବିନ୍ଧା – ଯେ କୌଣସି ମୁଣ୍ଡବିନ୍ଧା ପାଇଁ ଗଙ୍ଗଶିଉଳୀର ୫/୬ଟି ଫୁଲ ଆଣି ହାତରେ ମକଚି ଶୁଙ୍ଘିଲେ ତତକ୍ଷଣାତ୍ ଉପସମ ମିଳେ l

ମ୍ୟାଲେରିଆ ଜ୍ଵର- ଗଙ୍ଗଶିଉଳୀପତ୍ରକୁ ସାତଟି ଗୋଲ ମରିଚସହ ବାଟି ମିଶ୍ରି ସର୍ବତ ସହିତ ସକାଳେ ଓ ସଂନ୍ଧ୍ୟାରେ ଖାଲି ପେଟରେ ପିଇଲେ ଭଲ ହୋଇଥାଏ l ତା ବ୍ୟତୀତ ଟନସିଲ ବା ଗଳାରୋଗ, କାନରୋଗ, ସମସ୍ତପ୍ରକାର କୃମି, ଅଣ୍ଟା ଆଣ୍ଠୁ ବିନ୍ଧା ପାଇଁ, ଆମବାତ୍ତ,ଏସିଡିଟି ବା ଅମ୍ଳପିତ୍ତ, ତୁଣ୍ଡ ଘା ଓ ଅଜିର୍ଣ୍ଣ ରୋଗପାଇଁ ଗଙ୍ଗ ଶିଉଳୀ ବହୁତ ଉପଯୋଗୀ l

ଜର ପାଇଁ ରାମବାଣ: ଜରକୁ ପ୍ରାକୃତିକ ଉପାୟରେ ଭଲ କରିବା ପାଇଁ ଗଙ୍ଗଶିଉଳି ରାମବାଣ ସଦୃଶ୍ୟ। ଗଙ୍ଗଶିଉଳି ପତ୍ରକୁ ବାଟି ଗରମ ପାଣିରେ  ମିଶାଇ ପିଇଲେ ଚିକେନଗୁନିଆ, ଡେଙ୍ଗୁ, ମ୍ୟାଲେରିଆ ପରି ରୋଗ ଦୂର ହୋଇଥାଏ।

ଘାଆ ଭଲ କରେ: ଗଙ୍ଗଶିଉଳିରେ ଘାଆକୁ ଭଲ କରିବାର କ୍ଷମତା ରହିଛି। ଏହାର ପତ୍ରକୁ ବାଟି ଘାଆ ଉପରେ ଲଗାଇଲେ ଏହା ଶୀଘ୍ର ସୁଖି ଯାଇଥାଏ।

ପାଇଲ୍ସ ଉପଚାର: ପାଇଲ୍ସର ଉପଚାର ପାଇଁ ଗଙ୍ଗଶିଉଳି ରାମବାଣ ସଦୃଶ୍ୟ କାମକରେ। ପ୍ରତିଦିନ ଏହାର ମଞ୍ଜି ଖାଇବା ଦ୍ୱାରା ପାଇଲ୍ସ ରୋଗ ଠିକ୍ ହୋଇଥାଏ।

କାଶ ଉପଚାର: ଗଙ୍ଗଶିଉଳି ପତ୍ର ବାଟି ସେଥିରେ ଟିକେ ମହୁ ମିଶାଇ ପିଇବା ଦ୍ୱାରା କାଶ ଭଲ ହୋଇଥାଏ। ଏହାକୁ ଆପଣ ଚା’ରେ ମଧ୍ୟ ପକାଇ ପିଇ ପାରିବେ।

Leave A Reply

Your email address will not be published.