Latest Odisha News

BREAKING NEWS

NCBରେ ହାଜର ହେଲେ ଦୀପିକା, ଚାଲିଛି ଜେରା

ମୁମ୍ବାଇ: ମୁସ୍‌କିଲ୍‌ରେ ମସ୍ତାନୀଗାର୍ଲ ଦୀପିକା ପାଦୁକୋନ । ବଲିଉଡ ଡ୍ରକ୍ସ ଲିଙ୍କ ମାମଲାରେ ଫସିଛନ୍ତି ଡିମ୍ପଲଗାର୍ଲ ଦୀପିକା । ଜେରା ପାଇଁ ଆଜି ମୁମ୍ବାଇ ସ୍ଥିତ ଏନ୍‌ସିବି ଗେଷ୍ଟ ହାଉସ ଦୀପିକା ପାଦୁକୋନ ହାଜର ହୋଇଛନ୍ତି । ଏନ୍‌ସିବି ତାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ଜେରା କରୁଛି ।

ଏହି ଲିଙ୍କରେ ଆଉ କିଏ ସାମିଲ ଅଛି, ଦୀପିକା କେତେ ଦନ ହେଲା ଡ୍ରଗ୍ସ ନେଉଥିଲେ, ତାଙ୍କୁ କିଏ ଡ୍ରଗ୍ସ ଯୋଗାଉଥିଲ ଏପରି ୫ରୁ ୬ଟି ଦିଗକୁ ନେଇ ଏନେଇ ଏନ୍‌ସିବି ତାଙ୍କୁ ଜେରା କରିପାରେ । ସେପଟେ ଦୀପିକାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶ ମଧ୍ୟ ଏନ୍‌ସିବି ଅଫିସରେ ଉପସ୍ଥିତ ଅଛନ୍ତି। ଦୀପିକା ଏବଂ କରିଶ୍ମାଙ୍କୁ ଏନ୍‌ସିସି ମୁହାଁମୁହିଁ ଜେରା କରିବ ।

ସେପଟେ ଆଜି ସାରା ଅଲ୍ଲିଖାନ୍ ଓ ଶ୍ରଦ୍ଧା କପୁର ମଧ୍ୟ ଏନ୍‌ସିବିରେ ହାଜର ହେବା ପାଇଁ ସମନ ହୋଇଛି । ସେମାନଙ୍କୁ ମଧ୍ୟ ଏନ୍‌ସିବି ଡ୍ରଗ୍ସ ଲିଙ୍କ ନେଇ ପଚରାଉଚରା କରିବ । ସୂଚନାଯୋଗ୍ୟ ଯେ, ଗତକାଲି ଅଭିନେତ୍ରୀ ରାକୁଲ ପ୍ରୀତଙ୍କୁ ୪ ଘଂଟା ଓ କରିଶ୍ମାଙ୍କୁ ୭ ଘଂଟା ଜେରା କରିଥିଲା ଏନ୍‌ସିବି । ସେହିପରି ଧର୍ମା ପ୍ରଡକ୍ସନର ଅନ୍ୟତମ କାର୍ଯ୍ୟକାରୀ ନିର୍ଦ୍ଦେଶକ ଖିତିଜ୍‌ଙ୍କୁ ଜେରା ପରେ ଏନ୍‌ସିବି ଅଟକ ରଖିଛି ।

Leave A Reply

Your email address will not be published.