Latest Odisha News

BREAKING NEWS

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ୱେବିନାର୍

ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଗଣିତ ବିଷୟ ଉପରେ ଜାତୀୟ ୱେବିନାର ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ବିଶିଷ୍ଟ ଶିକ୍ଷାବିତମାନେ ଯୋଗ ଦେଇଥିଲେ । ଗଣିତ ପରି ବିଷୟକୁ ନେଇ ଆଗକୁ କିପରି ବଢିହେବ ଏବଂ କ୍ୟାରିଅର ଗଢିବାରେ ଏହା କେତେ ସାହାଯ୍ୟ କରିବ, ସେ ସଂପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ । ସେହିପରି ଗାଣିତିକ ମଡେଲ୍ ଉପରେ ମଧ୍ୟ ଏଥିରେ ଆଲୋଚନା କରାଯାଇଥିଲା ।

ଗଣିତ ଏପରି ଏକ ବିଷୟ ଯାହା ବିଶ୍ୱର ଆରମ୍ଭ ଦିନରୁ ରହିଛି । ପୃଥିବୀର ସବୁ ଗଣନା, ଅଗବଗଣନା, ସମସ୍ତ ଯତିପାତ, ସମସ୍ତ କଳ୍ପନା ମଧ୍ୟ ଗାଣିତିକ ସୂତ୍ର ଉପରେ ଆଧାରିତ । ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର‌୍ୟ୍ୟନ୍ତ ପ୍ରତିଟି ସୋପାନରେ ଏହା ଶ୍ରେଷ୍ଠ ବିଷୟ ଭାବେ ପରିଗଣିତ ହୋଇ ଆସିଛି । ପୃଥିବୀର ଶ୍ରେଷ୍ଠ ବୈଜ୍ଞାନିକ ଓ ଶ୍ରେଷ୍ଠ ଲେଖକମାନେ ମଧ୍ୟ ପ୍ରତିଟି ବାଗରେ ଗଣିତ ସହିତ ଜଡ଼ିତ । ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଗଣିତ ବିଷୟ ଉପରେ ଜାତୀୟ ୱେବିନାରରେ ବିଶିଷ୍ଟ ବକ୍ତାମାନେ ଏହା ପ୍ରକାଶ କରିଛନ୍ତି ।

ମହାବିଦ୍ୟାଳୟର ଅଧ୍ୟକ୍ଷା. ଡ. ରଶ୍ମି ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ୱେବିନାରରେ ଆଇଆଇଟି ଖଡ଼ଗପୁରର ଗଣିତ ବିଭାଗର ପ୍ରଫେସର ସି. ନାହାକ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସର ଜେ.ପି ପଣ୍ଡା ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିଲେ । ବିଭାଗୀୟ ମୁଖ୍ୟା ସୁରେଖା ବଳିଆରସିଂହ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ମହାବିଦ୍ୟାଳୟର ଅଧ୍ୟକ୍ଷା. ଡ. ରଶ୍ମି ମିଶ୍ର କହିଥିଲେ, ‘କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏପରି ୱେବିନାର ଆୟୋଜନ କରାଯାଇଛି । ଯାହା ବାସ୍ତବିକ ଢଙ୍ଗରେ ପ୍ରଶଂସନୀୟ ।’ ବିଭାଗର ଅନ୍ୟ ଅଧ୍ୟାପକମାନେ ଏଥିରେ ଉପସ୍ଥିତ ଥିଲେ ।

ସେହିପରି ଏବେ ଗଣିତ ସ୍ପାତକ ଓ ସ୍ନାତକୋତ୍ତର ବିଷୟରେ ଗଣିତ ପଢୁଥିବା ଛାତ୍ରଛାତ୍ରୀମାନେ କିପରି ଆଗକୁ ଏହାକୁ ନେଇ ନିଜର କ୍ୟାରିଅର ଗଢି ପାରିବେ, ତାହା ଉପରେ ମତ ପ୍ରକାଶ ପାଇବା ସହିତ ଶିକ୍ଷାବିତମାନେ ଅନେକ ଉପଦେଶ ମଧ୍ୟ ଦେଇଛନ୍ତି ।

ମହାବିଦ୍ୟାଳୟର ଅଧ୍ୟକ୍ଷା. ଡ. ରଶ୍ମି ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ୱେବିନାରରେ ଆଇଆଇଟି ଖଡ଼ଗପୁରର ଗଣିତ ବିଭାଗର ପ୍ରଫେସର ସି. ନାହାକ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସର ଜେ.ପି ପଣ୍ଡା ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିଲେ । ବିଭାଗୀୟ ମୁଖ୍ୟା ସୁରେଖା ବଳିଆରସିଂହ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ୱେବିନାରରେ ଗାଣିତିକ ମଡେଲ ଏବଂ ଫ୍ରାକ୍ସନାଲ କାଲକୁଲସ୍ ଉପରେ ବିଶେଷ ଭାବେ ଆଲୋ କରାଯାଇଥିଲା । ଏଥିରେ ଯୋଗ ଦେଇଥିବା ଶିକ୍ଷାବିତମାନେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର । ଏବେକାର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.