Latest Odisha News

BREAKING NEWS

IPL ମହାସମର: ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠାରୁ ମ୍ୟାଚ୍ ଛଡ଼ାଇ ନେଲା ରାଜସ୍ଥାନ ରୟାଲ୍ସ

ସାରଜା: ଆଇପିଏଲରେ ରାଜସ୍ଥାନ ରୟାଲ୍ସର ରୋମାଞ୍ଚକର ବିଜୟ । ଗତକାଲି ଖେଳାଯାଇଥିବା ନବମ ମ୍ୟାଚରେ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ୪ ଓ୍ୱିକେଟର ହରାଇଛି ରାଜସ୍ଥାନ । ୨୨୪ ରନର ବିଶାଳ ଟାର୍ଗେଟକୁ ହାସଲ କରି ନେଇଥିଲା । ୬ ଓ୍ୱିକେଟ ବିନିମୟରେ ହାତରେ ଆହୁରି ୩ଟି ବଲ୍ ବାକି ଥାଇ ବିଜୟୀ ହୋଇଥିଲା ରାଜସ୍ଥାନ । ପଞ୍ଜାବ ହାତରୁ ମ୍ୟାଚ ଛଡ଼ାଇ ନେଲେ ଯୁବ ଖେଳାଳି ରାହୁଲ ତିୱାତିଆ । ସଞ୍ଜୁ ସାମସନ୍

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୨ ଓ୍ୱିକେଟ ବିନିମୟରେ ୨୨୩ ରନର ବିଶାଳ ସ୍କୋର ଠିଆ କରିଥିଲା । ଜବାବରେ ରାଜସ୍ଥାନ ବି ଆରମ୍ଭ ରନ୍ ବର୍ଷା କରିଥିଲା । ଦୁଇ ଓପନର ସଞ୍ଜୁ ସାମସନ୍ ଓ ଷ୍ଟିଭ ସ୍ମିଥ୍ ହାତଖୋଲା ସର୍ଟ ଖେଳିଥିଲେ । ସଞ୍ଜୁ ସାମସନ୍ ୪୨ ବଲରୁ ୮୫ ରନ୍ କରିଥିବା ବେଳେ ସ୍ମିଥ କରିଥିଲେ ୫୦ ରନ୍ ।

ଶେଷ ତିନି ଓଭରରେ ପଞ୍ଜାବ ହାତରୁ ମ୍ୟାଚ ଖସି ଯାଇଥିଲା । ୧୭ ଓଭର ପରେ ରାଜସ୍ଥାନର ସ୍କୋର ୩ ଓ୍ୱିକେଟ ବିନିମୟରେ ୧୭୩ ରନ୍ ଥିଲା । ବିଜୟୀ ପାଇଁ ୩ ଓଭରରେ (୧୮ ବଲ୍) ଆବଶ୍ୟକ ଥିଲା ୫୧ ରନ୍ । କର ବା ମର ସ୍ଥିତିରେ ଧିମା ବ୍ୟାଟିଂ କରୁଥିବା ରାହୁଲ ତିୱାତିଆ ବିସ୍ଫୋରକ ଖେଳିଥିଲେ । ସେଲଡନ୍‌ କଟ୍ରେଲଙ୍କ ଗୋଟିଏ ଓଭରରେ ୫ଟି ଛକା ମାରି ମ୍ୟାଚର ଦିଗ ବଦଳାଇଦେଲେ ।ରାହୁଲ ତିୱାତିଆ

୧୮ ଓଭରରେ ରାଜସ୍ଥାନର ସ୍କୋର ୨୦୩ ହୋଇଥିଲା । ପଞ୍ଜାବ ହାତରୁ ମ୍ୟାଚ ରାଜସ୍ଥାନ ପାଖକୁ ଚାଲିଗଲା । ୧୯ତମ ଓଭରରେ ଜୋଫ୍ରା ଆର୍ଚର ଦୁଇଟି ଛକା ମାରି ବିଜୟକୁ ସହଜ କରି ଦେଇଥିଲେ । ରାହୁଲ ତିୱାତିଆ ୩୧ ବଲରୁ ଧୂଆଁଧାର ୫୩ ରନ୍ ହାସଲ କରିଥିଲେ ।

ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରଓ୍ୱାଲ ୧୦୬ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ରାଜସ୍ଥାନର ବିଜୟ ସହ ବେକାର ଯାଇଛି ତାଙ୍କର ଶତକୀୟ ଇନିଂସ । ଲୋକେଶ ରାହୁଲ ୬୯ ରନ୍ କରିଥିଲେ । ପ୍ରଥମ ଓ୍ୱିକେଟ ଯୋଡ଼ିରେ ଦୁହେଁ ୧୮୩ ରନ୍ ପାର୍ଟନରସିପ୍ କରିଥିଲେ ।

ପଞ୍ଜାବ-ରାଜସ୍ଥାନ ମ୍ୟାଚରେ ୨୯ଟି ଛକା ବର୍ଷା ହୋଇଥିଲା । ପଞ୍ଜାବ ଖେଳାଳି ୧୧ଟି ଛକା ମାରିଥିବାବେଳେ ରାଜସ୍ଥାନ ୧୮ଟି ଛକା ମାରିଥିଲା ।

Leave A Reply

Your email address will not be published.