Latest Odisha News

ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ତାପଙ୍ଗ ହାତିଆ ମୁଣ୍ଡିଆ

ଭୁବନେଶ୍ୱର: ବେଶ୍ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ ପଥରଖଣି ଅଂଚଳ ଏବେ ସର୍ବସାଧାରଣଙ୍କ ପାଇଁ ବନ୍ଦ ହୋଇଛି । ଏହି ଅଂଚଳକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧାଂଚଳ ଘୋଷଣା କରିଛନ୍ତି । ଏହି ଅଂଚଳକୁ ଲୋକମାନେ ଟୁରିଷ୍ଟ ପ୍ଲେସ ଭାବି ନଆସିବାକୁ ମାଇକ୍ ଯୋଗେ ଜିଲ୍ଲା ପ୍ରଶାସନ ଘୋଷଣା କରିଛି ।

ଏହି ଅଂଚଳ ଏକ ପଥର ଖଣି ହୋଇଥିବା ବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ ଥିବା କୁହାଯାଇଛି । ଏଠାକୁ କେହି ବୁଲିବାକୁ ନଆସିବାକୁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ଯଦି ଏଠାକୁ କେହି ବୁଲିବାକୁ ଆସନ୍ତି ତେବେ ସେମାନଙ୍କ ବିରୋଧରେ ଆଇନ୍ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ବେଶ୍ କିଛି ଦିନ ହେବ ତାପଙ୍ଗ ଅଂଚଳର ଏହି ହାତିଆ ମୁଣ୍ଡିଆ ପଥର ଖଣି ଅଂଚଳକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା । ଏହାପରେ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥିଲେ । ଏହି ଅଂଚଳଟି ଦେଖିବାକୁ ବେଶ୍ ସୁନ୍ଦର । କିନ୍ତୁ ଏହା ଏକ ପଥର ଖଣି ହୋଇଥିବାରୁ ଏଠାରେ ପାଦେ ପାଦେ ବିପଦ ରହିଥିବା ଜିଲ୍ଲା ପ୍ରଶାସନ କହିଛି ।

Leave A Reply

Your email address will not be published.