ଭୁବନେଶ୍ୱର: ଖୋର୍ଦ୍ଧା ପରେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା କଟକ । ଗଞ୍ଜାମକୁ ପଛକୁ ଠେଲି ଦୁଇ ନମ୍ବରକୁ ଉଠିଛି । ଆଜି କଟକ ଜିଲ୍ଲାରେ ୨୦ ହଜାର ପାର କରିଛି ପଜିଟିଭ୍ କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୩୦ ଆକ୍ରାନ୍ତ ।
କଟକରେ ୨୦ ହଜାର ସଂକ୍ରମିତ
କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୧୬୧କୁ ବୃଦ୍ଧି ପାଇଛି । ଗଞ୍ଜାମରେ ଏହି ସଂଖ୍ୟା ୨୦ ହଜାର ୯୭ । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୪ ନୂଆ ଆକ୍ରାନ୍ତ । ଆକ୍ଟିଭ୍ କେସରେ କଟକ ଜିଲ୍ଲା ଦୁଇ ନମ୍ୱର ସ୍ଥାନରେ ରହିଛି । ଜିଲ୍ଲାରେ ଏବେ ଚିକିତ୍ସାଧୀନ ଅଛନ୍ତି ୪ ହଜାର ୨୦୦ ଆକ୍ରାନ୍ତ । ଖୋର୍ଦ୍ଧାରେ ସର୍ବାଧିକ ୬ ହଜାର ୫୫୧ ଆକ୍ଟିଭ୍ କେସ୍ ରହିଛି ।

କମୁଛି ସଂକ୍ରମଣ, ବଢୁଛି ସୁସ୍ଥ ସଂଖ୍ୟା
ଏପ୍ରିଲ ୩ ତାରିଖରେ କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ । ଅଗଷ୍ଟରୁ କ୍ରମାଗତ ଭାବରେ ବଢ଼ି ଚାଲିଥିଲା ସଂକ୍ରମଣ । ଶୀର୍ଷ ସ୍ତର ଛୁଇଁଥିଲା । ଗତ ସପ୍ତାହରୁ ଧୀରେ ଧୀରେ ଦୈନିକ ଖସୁଛି ପଜିଟିଭ୍ କେସ୍। ସୁସ୍ଥ ହାର ବଢୁଛି । ଜିଲ୍ଲାରେ ୬୯ ଜଣଙ୍କର ଜୀବନ ନେଇଛି ମହାମାରୀ ।
BREAKING NEWS
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?
- Modi Cabinet: ବିଦା ହେବେ କି ୨ କେନ୍ଦ୍ରମନ୍ତ୍ରୀ? ରାଜ୍ୟସଭା ଲିଷ୍ଟରୁ ନାଁ ଗାଏବ! ମୋଦୀ କ୍ୟାବିନେଟରେ ବଡ଼ ପରିବର୍ତ୍ତନ ଆଭାସ!
- SCB ମେଡିକାଲରେ ହାଇଡ୍ରାମା; ପାଣିଟାଙ୍କିରୁ ଡେଇଁ ପଡ଼ିଲେ ଯୁବକ
- Gold Coin for Brides: ନବଜାତ ଶିଶୁଙ୍କୁ ସୁନାମୁଦି ପରେ ଏବେ ନୂଆ ବୋହୂଙ୍କୁ ସୁନା! ମୁଖ୍ୟମନ୍ତ୍ରୀ ହେବା ପରେ ଥାଲାପତି ବିଜୟଙ୍କ ଆଉ ଏକ ଚର୍ଚ୍ଚିତ ଯୋଜନା
- ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା
- ଋଷ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍ !
- ଯନ୍ତର ମନ୍ତର ଯୌନ ନିର୍ଯାତନା ଅଭିଯୋଗ: ଦିଲ୍ଲୀ ACP ବିବେକ ଭଗତଙ୍କ ପଦୋନ୍ନତି ଉପରେ ରୋକ୍
- ଆଜିଠାରୁ ହବିଷ୍ୟାଳୀଙ୍କ ଅନଲାଇନ ଆବେଦନ…

Comments are closed.