ଭୁବନେଶ୍ୱର: ଖୋର୍ଦ୍ଧା ପରେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା କଟକ । ଗଞ୍ଜାମକୁ ପଛକୁ ଠେଲି ଦୁଇ ନମ୍ବରକୁ ଉଠିଛି । ଆଜି କଟକ ଜିଲ୍ଲାରେ ୨୦ ହଜାର ପାର କରିଛି ପଜିଟିଭ୍ କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୩୦ ଆକ୍ରାନ୍ତ ।
କଟକରେ ୨୦ ହଜାର ସଂକ୍ରମିତ
କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୧୬୧କୁ ବୃଦ୍ଧି ପାଇଛି । ଗଞ୍ଜାମରେ ଏହି ସଂଖ୍ୟା ୨୦ ହଜାର ୯୭ । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୪ ନୂଆ ଆକ୍ରାନ୍ତ । ଆକ୍ଟିଭ୍ କେସରେ କଟକ ଜିଲ୍ଲା ଦୁଇ ନମ୍ୱର ସ୍ଥାନରେ ରହିଛି । ଜିଲ୍ଲାରେ ଏବେ ଚିକିତ୍ସାଧୀନ ଅଛନ୍ତି ୪ ହଜାର ୨୦୦ ଆକ୍ରାନ୍ତ । ଖୋର୍ଦ୍ଧାରେ ସର୍ବାଧିକ ୬ ହଜାର ୫୫୧ ଆକ୍ଟିଭ୍ କେସ୍ ରହିଛି ।
କମୁଛି ସଂକ୍ରମଣ, ବଢୁଛି ସୁସ୍ଥ ସଂଖ୍ୟା
ଏପ୍ରିଲ ୩ ତାରିଖରେ କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ । ଅଗଷ୍ଟରୁ କ୍ରମାଗତ ଭାବରେ ବଢ଼ି ଚାଲିଥିଲା ସଂକ୍ରମଣ । ଶୀର୍ଷ ସ୍ତର ଛୁଇଁଥିଲା । ଗତ ସପ୍ତାହରୁ ଧୀରେ ଧୀରେ ଦୈନିକ ଖସୁଛି ପଜିଟିଭ୍ କେସ୍। ସୁସ୍ଥ ହାର ବଢୁଛି । ଜିଲ୍ଲାରେ ୬୯ ଜଣଙ୍କର ଜୀବନ ନେଇଛି ମହାମାରୀ ।
BREAKING NEWS
- ୪ଗୋରୁ ବୋଝେଇ ଟ୍ରକ ଜବତ;୩ ଗିରଫ,ଜଣେ ଫେରାର
- କଲମପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ
- କଟକରେ ୨ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପକୁ ସଫଳତା ସହ କାର୍ଯ୍ୟକ୍ଷମ କଲା ଟିପିସିଓଡିଏଲ୍
- ପ୍ରଶାସନରେ ଏ .ଆଇ.ର ଉପଯୋଗ ସମ୍ବନ୍ଧିତ କର୍ମଶାଳା ଅନୁଷ୍ଠିତ
- ଭାରତୀୟ ଛାତ୍ରଙ୍କୁ ଦେଶାନ୍ତର କରାଯିବ ନାହିଁ; ରୋକ୍ ଲଗାଇଲେ କୋର୍ଟ
- ଭାରତ ଗସ୍ତରେ ଆସିବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ
- ଦେଶରେ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ପ୍ରଥମ
- ମଣିଷକୁ ସତରେ ଲାଗେ ଭୂତ? ବିଜ୍ଞାନ କଣ କୁହେ
- AI ସାହାଯ୍ୟରେ ବିଶ୍ୱର ପ୍ରଥମ ଶିଶୁ ହେଲା ଜନ୍ମ
- ଯାତ୍ରା ମାଲିକଙ୍କୁ କାହିଁକି ‘ବାବୁ’ ଡାକନ୍ତି କଳାକାର, ଏହା ପଛରେ ରହିଛି ଅନେକ କାରଣ
Comments are closed.