Latest Odisha News

BREAKING NEWS

ଗୋଟିଏ ଦିନରେ ରାଜ୍ୟରେ ୪୮ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୮ ହଜାର ୨୧୭ କରୋନା ନମୁନା ପରୀକ୍ଷା ହୋଇଛି।

ଏଥିମଧ୍ୟରୁ ୩୯,୩୩୮ ଜଣଙ୍କର ଆଣ୍ଟିଜେନ, ୮୭୯୧ ଟି ଆରଟି-ପିସିଆର୍ ଓ ୮୮ ଟି ଟ୍ରୁନଟ୍ ପରୀକ୍ଷା ହୋଇଛି ବୋଲି ସୂଚନା ମିଳିଛି ।

ତେବେ ଆଜି ଗଞ୍ଜାମରୁ ସର୍ବାଧିକ କରୋନା ଟେଷ୍ଟ କରାଯାଇଥିବା ବେଳେ ତା’ ତଳକୁ କେନ୍ଦୁଝର ରହିଛି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ମୋଟ୍ ୨,୨୨,୭୩୪ କରୋନା ପଜିଟିଭ ମାମଲା ରହିଛି । ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମୋଟ୍ ୧,୯୦,୦୮୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୮୫୯ ଜଣଙ୍କର ମୃତ୍ୟୁ ଘଟିଛି ।

 

Comments are closed.