Latest Odisha News

ହ୍ୱାଇଟ ହାଉସରେ କରୋନା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ପଜିଟିଭ୍

ଓ୍ୱାଶିଂଟନ୍: କରୋନା କବଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ତାଙ୍କ ସହ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ବି ସଂକ୍ରମିତ ହୋଇଛନ୍ତି । ଦୁଇ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ପରାମର୍ଶଦାତା ହୋପ୍ ହିକ୍ସ ପ୍ରଥମେ ପଜିଟିଭ୍ ବାହାରିଥିଲେ । ସେ ଟ୍ରମ୍ପଙ୍କ ସହ ଏୟାରଫୋର୍ସ ଓ୍ୱାନରେ ପ୍ରେସିଡେନ୍ସିଆଲ୍ ଡିବେଟରେ ଯୋଗ ଦେବାକୁ ଯାଇଥିଲେ । ଏହାପରେ କୋଭିଡ୍ ଟେଷ୍ଟ କରାଇଥିଲେ ଟ୍ରମ୍ପ ଦମ୍ପତି । କିଛି ସମୟ ପୂର୍ବରୁ ଡୋନାଲ୍ଟ ଟ୍ରମ୍ପ ଏନଇ ସୂଚନା ଦେଇଥିଲେ ।

ରିପୋର୍ଟ ପଜିଟିଭ୍ ଆସିଥିବାରୁ କ୍ୱାରେଣ୍ଟାଇନରେ ରହିଛନ୍ତି ଡୋନାଲ୍ଡ ଟ୍ରମ୍ପ ଓ ମଲେନିଆ ଟ୍ରମ୍ପ । ଖୁବଶୀଘ୍ର ସୁସ୍ଥ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି । ଆଗକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଛି । ତାପୂର୍ବରୁ ଟ୍ରମ୍ପ କରୋନା ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.