Latest Odisha News

BREAKING NEWS

ମାଲକାନଗିରି ଜଙ୍ଗଲରୁ ମାଓବାଦୀ ଲୁଚାଇ ରଖିଥିବା ୨୧ କେଜି ଜିଲୋଟିନ୍ ଜବତ

ମାଲକାନଗିରି: ବିଏସଫକୁ ମିଳିଛି ବଡ଼ ସଫଳତା । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ରାଜୁଲକୋଣ୍ଡା ଜଙ୍ଗଲରୁ ୨୧ କିଲୋଗ୍ରାମ୍ ଜିଲୋଟିନ୍ ଜବତ ହୋଇଛି । ଏହି ଘଟଣା ପରେ ମାଓବାଦୀମାନେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରିଥିବା କୁହାଯାଉଛି ।

ଗତକାଲି ୭୬ ବିଏସଫ ବାଟାଲିୟନର ଯବାନମାନେ ରାଜୁଲକୋଣ୍ଡା ଜଙ୍ଗଲକୁ ଅପରେସନରେ ଯାଇଥିଲେ । ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଥିଲା ଜଙ୍ଗଲରେ ଜିଲୋଟିନ ରଖାଯାଇଛି । ମାଓବାଦୀମାନେ ବସ୍ତାରେ ଭର୍ତ୍ତି କରି ପାହାଡ଼ ନିକଟରେ ଲୁଚାଇ ରଖିଥିବା ୨୧ କିଲୋ ଜିଲୋଟିନ ଜବତ କରିଥିଲେ ବିଏସ୍ଏଫ୍ ଯବାନ ।

ଜିଲୋଟିନକୁ ମାଓବାଦୀମାନେ ଲ୍ୟାଣ୍ଡମାଇନରେ ବ୍ୟବହାର କରି ଥାଆନ୍ତି । ମାଟି ତଳେ ଲ୍ୟାଣ୍ଡମାଇନ୍ ବିଛାଇ ସୁରକ୍ଷାବାହିନୀକୁ ଟାର୍ଗେଟ କରିଥାଆନ୍ତି ନକ୍ସଲ ବାହିନୀ । ଚର୍ଚ୍ଚା ହେଉଛି, ଜଙ୍ଗଲରୁ ୨୧ କେଜି ଜିଲୋଟିନ ଜବତ ପରେ ମାଓ ସଂଗଠନ ବଡ଼ ଧରଣର ହମଲା ଯୋଜନା କରୁଥିଲେ ।

Leave A Reply

Your email address will not be published.