ପ୍ରକୃତରେ ଭ୍ରମଣ ଅନୁଭୂତି ଲେଖିବା ଏକ କଷ୍ଟକର କାର୍ଯ୍ୟ। ତାହା ଏବେ ମୋର ଅନୁଭବ ହେଲା। କାରଣ ବୁଲିବା ସମୟରେ ସବୁ ଘଟଣା ଅାଉ ଅନୁଭୂତିକୁ ଲେଖିବା ବା ମନେ ରଖିବା ଏକ ଦୁରୁହ ବ୍ୟାପର ତଥାପି ମୁଁ ଚେଷ୍ଟା କରି ସେ ସବୁ ଲେଖିବାକୁ ଚେଷ୍ଟା କରୁଛି। ଏବେ କିଛି ଦିନ ତଳେ ଏକ ସାମାଜିକ ଉତ୍ସବରେ ମୋର ଜଣେ ବନ୍ଧୁ ମୋତେ କହିଲେ “ତୁମ ଭ୍ରମଣ ବୃତ୍ତାନ୍ତ ମୁଁ ଏକମାତ୍ର କାଗଜରେ ପଢିଲି ମୋତେ ଯାହା ଲାଗୁଛି ତୁମେ ଲେଖିବାରେ ସାମାନ୍ୟ ଭାବମୟ (Emotional) ହୋଇ ଯାଉଛ” ବନ୍ଧୁ ଙ୍କ କଥା ଶୁଣିବା ପରେ ମୋର କାଇଁ ହୃଦ୍ବୋଧ ହେଲା ତା ହେଲେ ମୋ ଲେଖା ତାଙ୍କୁ ଭାବମୟ କରିଛି ମୁଁ ତାଙ୍କୁ ତାଙ୍କର ଏହି ପ୍ରତିକ୍ରିୟା ପାଇଁ ଧନ୍ୟବାଦ ଦେଲି ଅାଉ ଅାଗକୁ ସତର୍କ ରହିବି ବୋଲି ପ୍ରତିଶୃତି ଦେଲି। ହେଲେ ମୁଁ ପରେ ସେହି କଥା କୁ ବିଶ୍ଳେଷଣ କରିବା ପରେ ଯାହା ଅନୁଭବ କଲି ହୁଏତ ଭ୍ରମଣ କାହାଣୀ ଯଦି ସତ ଠାରୁ ଦୂରେଇ ଯାଏ ତା ହେଲେ ତାହା ଅାଉ ଭାବମୟ ହେବ ନାହିଁ। ଯାହା ମୋ ଦ୍ୱାରା ସମ୍ଭବ ନୁହେଁ।
ସେଇ କଥାକୁ ସେଇଠି ରଖି ଏବେ ଅାପଣ ମାନଙ୍କୁ ମୁଁ ସୂଚନା ଦେବି କି ଯେ ଏବେ ଗୋଅାରେ ମୋର ଅବସ୍ଥାନ ମାପୁସାରେ ଥିଲା। ଅବଶ୍ୟ ମୋର ପାଣାଜୀ ରହଣି ସମୟରେ ମାତ୍ର କିଛି ସମୟ ପାଇଁ ମୁଁ ମାପୁସା ଅାସିଥିଲି ପ୍ରସିଦ୍ଧ ମାରୁତି ମନ୍ଦିର ଦର୍ଶନ କରିବା ପାଇଁ । କିନ୍ତୁ ମାପୁସାରେ ରାତ୍ରୀ ରହଣି ପ୍ରଥମ ଥିଲା।
ସକାଳେ ବିଘ୍ନ ବିନାଶନ ମହାଗଣପତିଙ୍କୁ ଦର୍ଶନ କରିବା ପରେ କିଛି ସମୟ ବିଶ୍ରାମ ନେବା ପରେ ଏବେ ମୁଁ ବାହାରିଥିଲି ମାପୁସା ସହର ବୁଲିବା ପାଇଁ ।ତେବେ ଗେଷ୍ଟହାଉସ୍ରୁ ବାହାରିବା ସମୟେ ମୋତେ ଗେଷ୍ଟହାଉସର ମ୍ୟାନେଜରଙ୍କ ଠାରୁ ସହର ବିଷୟରେ ସାମାନ୍ୟ ସୂଚନା ସଂଗ୍ରହ କରିଥିଲି। ଅାଉ ମୁଁ ଯାହା ଯାଣିବାକୁ ପାଇଲି ମାପୁସା ତାର ପରିବା ହାଟ ନିମନେ୍ତ ଖୁବ୍ ପ୍ରସିଦ୍ଧ।
ତେଣୁ ଅାମେ ପରିବା ହାଟ ପ୍ରଥମେ ବୁଲିବାକୁ ସ୍ଥିର କଲୁ । ଯାହା ପ୍ରତ୍ୟକ ଶୁକ୍ରବାର ଦିନ ବସିଥାଏ।ମାକେର୍ଟ ପାଖରେ ପହଁଚିବା ବେଳକୁ ସେଠାରେ ଖୁବ୍ ଗହଳ ଦେଖିବାକୁ ପାଇଲି।ହାଟ ଭିତରର ଅବସ୍ଥା ତ ଅାହୁରି ଅଧିକ ବଣ୍ର୍ଣନା କଣ ମୁଁ କରିବି। ମୋର ମାପୁସାର ଏହି ସାପ୍ତାହିକ ହାଟକୁ ଦେଖିବା ପରେ ଅାମ ଓଡ଼ିଶାରେ ମୁଁ ଦେଖିଥିବା କିଛି ହାଟ କଥା ମନେ ପଡ଼ିଲା ଯାହାର ନଁା ନେଲେ ଅାପଣ ଅାପେ ଅାପେ ବୁଝିଯିବେ। ଯେମିତି ଅାମ ରାଜଧାନୀ ଭୁବନେଶ୍ୱରର ୧ନମ୍ବର ହାଟ କିମ୍ବା କଟକର ଛତରା ବଜାର କିମ୍ବା ପୁରୀର ଶ୍ରୀମନ୍ଦିର ନିକଟରେ ଥିବା ଲକ୍ଷ୍ମୀ ବଜାର । ମାନେ ହାଟରେ ଏତେ ଦୋକାନ ଯେ ଗ୍ରାହକ ଛିଡ଼ା ହେବା ପାଇଁ ସ୍ଥାନ ମଧ୍ୟ ନାହିଁ ।
ଜଣେ ଗ୍ରାହକ ଗୋଟିଏ ଦୋକାନ ସାମ୍ନାରେ ଛିଡ଼ା ହୋଇ ପାରିବେ। କିନ୍ତୁ ହାଟରେ ବିକ୍ର ହେଉଥିବା ସାମଗ୍ରୀ ଦେଖିଲେ ଅାପଣଙ୍କର ମନ ନିହାତି ହେବ ହାଟରୁ କିଛି କିଣିବା ପାଇଁ । ତଟକା ପନି ପରିବାକୁ ଘର ବ୍ୟବହାରରେ ଲାଗୁଥିବା ପ୍ରାୟ ସବୁ ପଦାର୍ଥ ସେଠାରେ ଉପଲବ୍ଧ । ଏବଂ ମାକେର୍ଟର ପ୍ରତ୍ୟକ କୋଣରେ ନିହାତି କିଛି ଦୋକାନ ଏବଂ ଗ୍ରାହାକ ଦେଖିବାକୁ ପାଇବେ। ପରିବା ପାଇଁ ସ୍ୱତନ୍ତ୍ର ମାକେର୍ଟ ଥିବା ବେଳେ ମାଛ ପାଇଁ ଫିସ୍ ଷ୍ଟ୍ରିଟ୍ ମଧ୍ୟ ରହିଛି ।ଅାମେ ପରିବା ମାକେର୍ଟ ବୁଲିବା ପରେ ମାଛ ମାକେର୍ଟ ଅାଡ଼େ ମୁହାଁଇଥିଲୁ । ମୁଁ ଗୋଅାରେ ମାଛ ମାକେର୍ଟ ଦେଖିବାର ଦ୍ୱୀତିୟ ସୁଯୋଗ ଏହା ଥିଲା।ମାଡ଼ଗାଓଁ ପରେ ଏବେ ମାପୁସାର ଫିସ୍ ମାକେର୍ଟ।କିନ୍ତୁ ମାପୁସାରେ ଥିବା ମାଛ ମାକେର୍ଟ ମୋତେ ସାମାନ୍ୟ ଅଧିକ ଆକର୍ଷ କରିଥିଲା। ବିଭିନ୍ନ ପ୍ରକାରର ମାଛ ଏବଂ ଶୁଖୁଅାର ପସରା ମୁଁ ଦେଖିବାକୁ ପାଇଥିଲି ମୁଁ ପ୍ରକୃତରେ ଏତେ ଶୁଖୁଅା ପ୍ରିୟ ନଥିଲି କିନ୍ତୁ କାହିଁଙ୍କି କେଜାଣି ଗୋଅାରେ ମୋର ଶୁଖୁଅା ପ୍ରତି ମୋହ ଅଧିକ ହୋଇଥିଲା। ଅାମେ ସ୍ଥିର କଲୁ ଯେହେତୁ ଏହା ଶୁକ୍ରବାର ଥିଲା ତେଣୁ ହାଟରୁ କିଛି ମାଛ ଅାଣିବୁ ଅାଉ ଗେଷ୍ଟ ହାଉସରେ ରୋଷେଇ କରି ଅାମେ ଖାଇବୁ। ତେବେ ମାଛ କିଣିବା ପୂର୍ବରୁ ଅାମେ ପରିବା କିଛି କିଣିଥିଲୁ ।
ଏବେ ଥିଲା ମାଛର ପାଳି ତେବେ ଏତେ ପ୍ରକାରର ମାଛ ଦେଖି ଅାମେ ସାମାନ୍ୟ କନଫୁ୍ୟଜ୍ ଥିଲୁ କେଉଁ ମାଛ ଅାଣିବୁ।ତେବେ ପୂରା ମାକେର୍ଟ ବୁଲିବା ପରେ ଅାମେ ସ୍ଥିର କଲୁ ଯେ ପାମେ୍ପ୍ଲଟ୍ ମାଛ ନେବୁ।ଭଲ ମାଛ ବାଛି ଅାମେ କିଣିଲୁ ଏବଂ ଗେଷ୍ଟ ହାଉସ୍ ଅଭିମୁଖେ ବାହାରିଲୁ।ରାସ୍ତାରୁ ସୋରିଷ ତେଲ ଅନ୍ୟ ମସଲା ମଧ୍ୟ କିଣାଗଲା ହେଲେ ଅାମ୍ବଉଲ ଖୋଜିଲୁ କିଛି ଦୋକାନରେ କିନ୍ତୁ ପାଇଲୁ ନାହିଁ ତେନ୍ତୁଳି କିଛି କିଣି ରୁମ୍ ରେ ପହଁଚିଗଲୁ। ଗେଷ୍ଟ ହାଉସ୍ ର ମ୍ୟାନେର୍ଜ ଏ ସବୁ ଦେଖି ଖୁବ୍ ଅାଶ୍ଚର୍ଯ୍ୟ ହେଲେ ଏବଂ ଅାମର ମେନୁ୍ୟ ବିଷୟରେ ପଚାରିଲେ।ସବୁ ଶୁଣିବା ପରେ ସେ ମଧ୍ୟ ଅାମ ସହ ଖାଇବା ପାଇଁ ଇଛା ପ୍ରକାଶ କଲେ।ଏବଂ ସେ ମଧ୍ୟ ଗୋଅାର ଶୈଳୀରେ ପାମେ୍ପ୍ଲଟ୍ ମାଛର ଏକ ଅାଇଟମ୍ କରିବା ପାଇଁ ଅନୁରୋଧ କଲେ ମୁଁ ମଧ୍ୟ ସେଥିରେ ରାଜି ହେଲି। ଅାମେ ପ୍ରଥମେ ସୋରିଷ ତେନ୍ତୁଳି ଖଟା ଦେଇ ପାମେ୍ପ୍ଲଟ୍ ମାଛ ବେସର ଝୋଳ କରିଥିଲୁ ତା ପରେ ସେ ତାଙ୍କର ଅାରମ୍ଭ କଲେ ଗୌଅା ଶୈଳୀରେ ପାମେ୍ପ୍ଲଟ୍ କରୀ।ଅବଶ୍ୟ ଅାମେ ବ୍ୟବହାର କରୁଥିବା ଅନେକ ମସଲା ସେ ବ୍ୟବହାର କଲେ କିନ୍ତୁ ନଡ଼ିଅା ଏବଂ ନଡ଼ିଅାରସର ବ୍ୟବହାର ସେ କରିଥିଲେ ତା ସହ ଗୋଲମରିଚ ଗୁଣ୍ଡ ପକାଇ ଥିଲେ ତରକାରୀ ରେ ସୋରିଷର ବ୍ୟବହାର କରି ନଥିଲେ।
ଅବଶ୍ୟ ଓଡ଼ିଶାରେ ମଧ୍ୟ ଚିଙ୍ଗୁଡ଼ି କରକାରୀରେ ଅନେକ ନଡ଼ିଅା ରସ ବ୍ୟବହାର କରିଥିବାର ଅାମେ ଦେଖିଛେ ।କିନ୍ତୁ ପାମେ୍ପ୍ଲଟ୍ ମାଛରେ ନଡ଼ିଅା ରସର ବ୍ୟବହାର ମୋତେ ନୂଅା ଲାଗିଲା।ତେବେ ଗରମ ଭାତକୁ ଓଡ଼ିଶାର ମାଛ ବେସରକୁ ଗୋଅାର ନଡ଼ିଅା ରସ ଓ ତେନ୍ତୁଳିଦିଅା ମାଛ ତରକାରୀ ଖାଇ ଖୁବ୍ ଅାତ୍ମ ସନେ୍ତାଷ ପାଇଲି। ଅାଉ ଗେଷ୍ଟ ହାଉସ ମ୍ୟାନେଜରଙ୍କୁ ଧନ୍ୟବାଦ ମଧ୍ୟ ଦେଲି। ସେ ବି ଓଡ଼ିଶାର ମାଛ ବେସର ଖାଇ ଖୁବ୍ ପ୍ରଶଂସା କଲେ। ଅାଉ ମୋତେ ଅନୁରୋଧ କଲେ ଓଡ଼ିଶାର ଡ଼ାଲମା ଖାଇବା ପାଇଁ । ମୁଁ ତାଙ୍କୁ ପ୍ରତିଶୃତି ଦେଲି ମୁଁ ମାପୁସାରୁ ଫେରିବା ପୂର୍ବରୁ ନିହାତି ଡ଼ାଲମା ଖୁଅାଇବି। ଏହା ପରେ ଅାମେ ବିଶ୍ରାମ ନେଇଥିଲୁ କାରଣ ତା ପରଦିନ ଅାମକୁ ଯିବାର ଥିଲା ମାପୁସାର ନିକଟବର୍ତ୍ତୀ ଅାଉ ଏକ ପ୍ରସିଦ୍ଧ ମନ୍ଦିରକୁ…(କ୍ରମଶଃ)
Comments are closed.