Latest Odisha News

BREAKING NEWS

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅଶୋକ ମୀନା ନିଯୁକ୍ତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆଇଏଏସ ସ୍ତରରେ ସାମାନ୍ୟ ଅଦଳବଦଳ ହୋଇଛି । ଏହି ଅଦଳବଦଳ ଫଳରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅଶୋକ ମୀନା ନିଯୁକ୍ତ ହୋଇଛନ୍ତି ।

ସାଧାରଣ ପ୍ରଶାସନର ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତୁହିନକାନ୍ତ ପାଣ୍ଡେ ନୂଆଦିଲ୍ଲୀରେ ଅବସ୍ଥାପିତ ପ୍ରମୁଖ ଆବାସିକ କମିଶନର ଭାବେ ବଦଳି ହୋଇଯାଇଛନ୍ତି । ତାଙ୍କ ସ୍ଥାନରେ ୧୯୯୩ ବ୍ୟାଚର ପ୍ରଶାସନିକ ଅଧିକାରୀ ଅଶୋକ ମୀନା ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।

ଅନ୍ୟପକ୍ଷରେ ୨୦୦୨ ବ୍ୟାଚର ପ୍ରଶାସନିକ ଅଧିକାରୀ ତଥା ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗିରିଶ ଏସଏନ ସାଧାରଣ ପ୍ରଶାସନ ବିଭାଗର ନୂଆ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ।

ସେହିପରି ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଦେବେନ୍ଦ୍ର କୁମାର ଜେନା ରାଜ୍ୟ ସମବାୟ ବ୍ୟାଙ୍କର ନୂଆ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ।

Leave A Reply

Your email address will not be published.