Latest Odisha News

BREAKING NEWS

ବାରଙ୍ଗ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କର୍ମଚାରୀ ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହିଠାରେ ଗତ ନଭେମ୍ବର ୨୫ ତାରିଖରେ ଘଟିଥିବା ଗୁଳିକାଣ୍ଡ ଘଟଣାର ସମ୍ପୃକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କୁ ଶନିବାର ରାତିରେ କମିଶନରେଟ ପୋଲିସ କଟକରୁ ଗିରଫ କରିଛି ।

 

ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ କଟକ ସହର ଲାଲବାଗ ଥାନା ଅନ୍ତର୍ଗତ ଆଲାମଚାନ୍ଦ ବଜାରର ନିରଞ୍ଜନ ବେହେରା (୨୫) ।

କମିଶନରେଟ ପୋଲିସ ରବିବାର ସକାଳେ ଅଭିଯୁକ୍ତଙ୍କୁ ନେଇ ଗୁଳିକାଣ୍ଡ ସ୍ଥାନକୁ ପରିଦର୍ଶନ କରିଥିଲେ । ଅଭିଯୁକ୍ତ ଜଣକ କଟକରୁ ଗିରଫ ହେବା ପରେ ଡ଼ିସିପି ସ୍ୱୀକାରୋକ୍ତି ଗ୍ରହଣ କରିବେ । ଏବେ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ ରହିଥିବା ଅନ୍ୟ ଅଭିଯୁକ୍ତମାନେ ଫେରାର ରହିଛନ୍ତି ।

 

ଏଠାରେ ଉଲ୍ଲେଖଯୋଗ୍ୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କର୍ମଚାରୀ ସୁନୀଲ ସାହୁଙ୍କୁ ନଭେମ୍ବର ୨୫ ତାରିଖରେ ବାରଙ୍ଗ ଗୋଡ଼ିସାହିର ନେଟଳ ଛକ ନିକଟରେ ମୋଟର ସାଇକଲରେ ଆସି ଦୁର୍ବୃତ୍ତମାନେ ଆଖିବୁଜା ଗୁଳି ଚଳାଇ ଫେରାର ହୋଇଯାଇଥିଲେ ।

ସୁନୀଲଙ୍କ ଛାତି ଓ ଡ଼ାହାଣପାଖ ହାତରେ ଗୁଳି ମାଡ଼ ହୋଇଥିଲା । ତାଙ୍କୁ ଘଟଣାସ୍ଥଳରୁ ଏସସିବି ମେଡ଼ିକାଲ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଗୁଳିକାଣ୍ଡରେ ମୃତ ସୁନୀଲ ରଞ୍ଜନ ସାହୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ମୃତକ ସୁନୀଲଙ୍କ ଘର ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ।

Leave A Reply

Your email address will not be published.