Latest Odisha News

BREAKING NEWS

ତିନି ଅସହାୟ ଶିଶୁଙ୍କୁ ସହାୟତାର ହାତ ବଢାଇଲା କିସ ଫାଉଣ୍ଡେସନ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଜରଦା ଥାନା ଭୋଗିବନ୍ଧ ଗ୍ରାମର ତିନି ଅସହାୟ ଭାଇ ଭଉଣୀଙ୍କୁ ସହଯୋଗର ହାତ ବଢାଇଛି କିସ ଫାଉଣ୍ଡେସନ।

ସୂଚନା ଅନୁସାରେ, ସେମାନଙ୍କ ମା ବାଳାବତୀ ନାୟକଙ୍କ ମୃତ୍ୟୁ ଗତ ଅଗଷ୍ଟ ମାସରେ ହୋଇ ଯାଇଥିବା ବେଳେ ସେପ୍ଟେମ୍ବର ମାସରେ ବାପା କୁଷନ ନାୟକଙ୍କ ଅକାଳ ବିୟୋଗ ହୋଇଥିଲା। ଯାହା ପରେ ଏହି ତିନି ଶିଶୁ ବେସାହାରା ହୋଇଯାଇଥିଲେ।

ଜନଜାତି ବର୍ଗର ଏହି ତିନି ଭାଇ ଭଉଣୀ ଦେବକୀ, ବର୍ଷାରାଣୀ ଓ କ୍ଷୀରୋଦଙ୍କ ଦୁଃଖ ଭରା କାହାଣୀ ଗଣମାଧ୍ୟମରେ ପ୍ରସାରଣ ହେବା ପରେ କିସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିଥିଲା।

ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ କିସ ଫାଉଣ୍ଡେସନ ପକ୍ଷରୁ ତୁରନ୍ତ ସେମାନଙ୍କ ଚଳିବା ପାଇଁ ମାସିକ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ସେମାନେ କିସରେ ପାଠ ପଢିବେ ବୋଲି ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଘୋଷଣା କରିଛନ୍ତି।

କରୋନା ଶେଷ ହେବା ପରେ କିସ ଖୋଲିଲେ କିସରେ ସରକାରୀ ନିୟମ ଅନୁସାରେ ସେମାନଙ୍କ ନାମ ଲେଖାଯିବ। ସେମାନଙ୍କ ଏହି ଦୁଃଖ ସମୟରେ ସହାୟତା ଯୋଗାଇ ଦେଇ ଥିବାରୁ କିସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସମନ୍ତଙ୍କୁ ତିନି ଭାଇ ଭଉଣୀ କୃତଜ୍ଞତା ଜଣାଇଛନ୍ତି।

 

Comments are closed.