Latest Odisha News

BREAKING NEWS

ପରିବାର ଛାଡି ଜଙ୍ଗଲକୁ ଯିବେ ବିଦ୍ୟା ବାଲାନ୍ !

ମୁମ୍ବାଇ: ଘଟଣା ମିଛ ନୁହେଁ । ସତକୁ ସତ ପରିବାର ଛାଡି ମଧ୍ୟପ୍ରଦେଶର ବାଲାଘାଟ ଜଙ୍ଗଲକୁ ପଳାଇବେ ଅଭିନେତ୍ରୀ ବିଦ୍ୟା ବାଲାନ୍ । ହେଲେ କାହିଁକି ? ଏହି ପ୍ରଶ୍ନରେ ଧନ୍ଦି ହେଉଛନ୍ତି ବିଦ୍ୟାଙ୍କ ଅଗଣିତ ଫ୍ୟାନ ।

କରୋନା କଟକଣାକୁ ନେଇ ଅତିଷ୍ଠ ହୋଇପଡିଥିଲେ ବିଦ୍ୟା ବାଲାନ୍ । ଲକଡାଉନ୍ ମଧ୍ୟରେ କେବଳ ଏକ ବିଜ୍ଞାପନ ଛଡା ସେ ଅନ୍ୟ କୌଣସି ପ୍ରୋଜେକ୍ଟରେ ସଂପୃକ୍ତ ହୋଇପାରିନଥିଲେ । ହେଲେ ଏବେ ସେ ଏକ ନୂଆ ପ୍ରୋଜେକ୍ଟ ପାଇଁ ବାଲାଘାଟ ଜଙ୍ଗଲରେ ରହିବାକୁ ଯାଉଛନ୍ତି । ଫିଲ୍ମ ସେରନି ପାଇଁ ସେ ଖୁବଶୀଘ୍ର ୩୫ ଦିନିଆ ସୁଟିଂ ସିଡ୍ୟୁଲରେ ମଧ୍ୟପ୍ରଦେଶକୁ ବାହାରିବେ ।

ମିଳିଥିବା ରିପୋର୍ଟ ଅନୁଯାୟୀ ଅକ୍ଟୋବର ଶେଷ ସପ୍ତାହରେ ଫିଲ୍ମର ସୁଟିଂ ଆରମ୍ଭ ହେବ । ଫିଲ୍ମର ଷ୍ଟାରକାଷ୍ଟ ଫ୍ଲାଇଟ୍ ଜରିଆରେ ନାଗପୁର ଦେଇ ବାଲାଘାଟ ଯିବେ । ଅନ୍ୟପଟେ କ୍ରିଉ ମେମ୍ବର ରୋଡ ଟ୍ରାନ୍ସପୋର୍ଟେସନ୍ ଜରିଆରେ ପହଂଚିବେ । ସରକାରୀ ନିୟମ ଅନୁଯାୟୀ ଏକ ୬ ଜଣିଆ ସ୍ୱାସ୍ଥ୍ୟକର୍ମୀ ଟିମ ନିୟମିତ ଭାବେ କ୍ରିଉ ମେମ୍ବରଙ୍କ ଉପରେ ନଜର ରଖିବେ ।

ବାୟୋ ବବଲ୍ ମଧ୍ୟରେ ଫିଲ୍ମର ସୁଟିଂ ହେବାକୁ ଥିବାବେଳେ ସମସ୍ତେ ବାଲାଘାଟ ଜଂଗଲଠାରୁ ୫ଘଣ୍ଟାର ଦୂରରେ ଥିବା ହୋଟେଲରେ ରହିବେ । ବିକ୍ରମ ମଲହୋତ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ବିଦ୍ୟାଙ୍କୁ ଜଣେ ଫରେଷ୍ଟ ଅଫିସର ଭୂମିକାରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.