Latest Odisha News

BREAKING NEWS

୬୮ ଲକ୍ଷ ପଜିଟିଭ୍, ଲକ୍ଷେ ମୃତ, ସୁସ୍ଥ ହେଲେଣି ୫୮ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ୬୮ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୭୮ ହଜାର ୫୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୮ ଲକ୍ଷ ୩୫ ହଜାର ୬୫୬କୁ ବୃଦ୍ଧି ପାଇଛି ।

ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । ତେବେ ଗତ କିଛି ଦିନ ହେବ ଦୈନିକ ମୃତ୍ୟୁସଂଖ୍ୟା ହଜାରେ ତଳେ ରହୁଛି । ଗତ ୨୪ ଘଣ୍ଟାରେ ଆଉ ୯୭୧ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫ ହଜାର ୫୨୬କୁ ବୃଦ୍ଧି ପାଇଛି ।

ଦେଶରେ ସୁସ୍ଥ ହାର ଉତ୍ସାହନଜର ରହିଛି । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କଲେଣି ୫୮ ଲକ୍ଷ ୨୭ ହଜାର ୭୦୫ ଆକ୍ରାନ୍ତ । କମୁଛି ଆକ୍ଟିଭ୍ କେସ୍ । ଚିକିତ୍ସାଧୀନ ଅଛନ୍ତି ୯ ଲକ୍ଷ ୨ ହଜାର ୪୨୫ ସଂକ୍ରମିତ ।

ମେ ମାସରେ ସାରା ଦେଶରେ ୫୦ ହଜାର ଲୋକ ସୁସ୍ଥ ହୋଇଥିଲା । ଏହି ସଂଖ୍ୟା ବଢ଼ି ୫୮ ଲକ୍ଷରେ ପହଞ୍ଚିଛି । ଅର୍ଥାତ ଦୈନିକ ହାରାହାରି ୭୫ ହଜାର ଆକ୍ରାନ୍ତ ଆରୋଗ୍ୟ ଲାଭ କରୁଛନ୍ତି ।

Leave A Reply

Your email address will not be published.