Latest Odisha News

BREAKING NEWS

ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣେ ମୃତ

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ମେଡିକାଲରେ ଜଣେ ଆହତ ପ୍ରାଣ ହରାଇଛନ୍ତି । ଏହି ସୂଚନା ଦେଇଛନ୍ତି ଏସସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

ମୃତକଙ୍କ ନାଁ ସତ୍ୟ ନାୟକ ଓ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡ଼ିଛି । ତାଙ୍କର ଶରୀରର ୬୦ ପ୍ରତିଶତ ଜଳି ଯାଇଥିଲା । ମୁଣ୍ଡରେ ବି ଲାଗିଥିଲା ଆଘାତ । ଗତକାଲି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ପେଟ୍ରୋଲ ପମ୍ପ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟଣାରେ ୮ ଜଣ ଆହତ ହୋଇଥିଲେ । ସେମାନଙ୍କ ଭିତରୁ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଜଣେ ଆଖି ବୁଜିଛନ୍ତି । ଅନ୍ୟମାନଙ୍କର ଚିକିତ୍ସା ଜାରି ରହିଛି । ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.