Latest Odisha News

BREAKING NEWS

ବାଘ ଶାବକର ନାମକରଣ କରିପାରିବେ ଜନସାଧାରଣ; ସୋସିଆଲ୍ ମିଡିଆରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅନୁରୋଧ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ବାଘ ଶାବକର ନାମକରଣ କରିପାରିବେ ଜନସାଧାରଣ । ଏନେଇ କର୍ତ୍ତୃପକ୍ଷ ସୋସିଆଲ୍ ମିଡିଆରେ ନିବେଦନ କରିଛନ୍ତି ।

ସୂଚନାନୁଯାୟୀ ଏହି ନାମକରଣର ଶେଷ ତାରିଖ ଅକ୍ଟୋବର ୧୨ ତାରିଖ ରହିଛି । ଇଚ୍ଛୁକ ଅଂଶଗ୍ରହଣ କାରୀ ମାନେ ନନ୍ଦନକାନନର ପ୍ରାଣୀ ଉଦ୍ୟାନ୍ ୱେବସାଇଟ ଯାଇ ସେଠାରେ ଇନବକ୍ସରେ ନାମ ଗୁଡିକୁ ପଠାଇ ପାରିବେ ।

୨୦୨୦ ମସିହା ଜାନୁଆରୀ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ଦୁଇ ବାଘ ଛୁଆ । ଏହି ଦୁଇ ଅଣ୍ଡିରା ଶାବକ ମାନେ ବାଘୁଣି ସ୍ନେହା ଗର୍ଭରୁ ଜନ୍ମ ନେଇଥିବା ସୁତ୍ରରୁ ପ୍ରକାଶ ।

ଆହୁରି ମଧ ପୂର୍ବରୁ କୌଣସି ସ୍ୱତନ୍ତ୍ର ଉତ୍ସବରେ ବାଘ ଶାବକ ମାନଙ୍କର ନାମକର କରାଯାଉଥିଲା । ହେଲେ ଚଳିତ ଥର କରୋନା ମହାମାରୀକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଅନଲାଇନ ଜରିଆରେ ନାମକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି ।

 

Leave A Reply

Your email address will not be published.