Latest Odisha News

BREAKING NEWS

ବାହା ହେଲେ କି ଅନୁପ ଜଲୋଟା ଏବଂ ଜସଲିନ୍? ସୋସିଆଲ୍ ମିଡିଆରେ ଉଭୟଙ୍କ ବିବାହ ଫଟୋ ଭାଇରାଲ୍

ମୁମ୍ବାଇ: ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ଅଭିନେତ୍ରୀ ଜସଲିନ୍‌ ମଥାରୁଙ୍କ ଯୋଡି ବିଗ୍‌ବସ୍‌ ସିଜିନ୍‌ ୧୨ରେ ବେଶ୍‌ ଚର୍ଚ୍ଚା ସାଉଁଟିଥିଲା। ସେତେବେଳେ ଉଭୟଙ୍କ ବିଷୟରେ ଅନେକ ଗୁଜବ ମଧ୍ୟ ଶୁଣିବାକୁ ମିଳିଥିଲା।

ଉଭୟ ପାର୍ଟନର୍‌ ଭାବେ ସୋକୁ ଆସିଥିଲେ ଏବଂ ସେମାନଙ୍କର ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ଥିଲା। ତେବେ ଅନୁପ ବିଗ୍‌ ବସ୍‌ ହାଉସ୍‌ରୁ ବାହାରିବା ପରେ ସେମାନଙ୍କ ସମ୍ପର୍କ ବିଷୟରେ ସ୍ପଷ୍ଟ କରି କହିଥିଲେ ଯେ ସେମାନଙ୍କ ଭିତରେ କେବଳ ଗୁରୁ-ଶିଷ୍ୟର ସମ୍ପର୍କ ରହିଛି।

କିନ୍ତୁ ଏବେ ଉଭୟଙ୍କ ଏପରି କିଛି ଚିତ୍ର ସାମ୍‌ନାକୁ ଆସିଛି ଯାହା ଫଳରେ ସେମାନେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଅନୁପ ଜଲୋଟା ଏବଂ ଜସଲିନ୍‌ ମଥାରୁଙ୍କ ଏପରି କିଛି ଚିତ୍ର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ଯାହାକୁ ଦେଖିଲେ ଲୋକେମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ଫଟୋରେ ଅନୁପ ଜଲୋଟୋ ଏକ ଶେରୱାନି ପିନ୍ଧିଛନ୍ତି ଏବଂ ମୁଣ୍ଡରେ ପଗଡ଼ି ବାନ୍ଧିଛନ୍ତି। ବର ବେଶରେ ଅନୁପ ଜଲୋଟା ଖୁବ୍‌ ଖୁସି ଥିବା ମଧ୍ୟ ଜଣାପଡ଼ୁଛନ୍ତି। ଅନ୍ୟପକ୍ଷରେ ଜସଲିନ୍‌ ମଥାରୁ ମଧ୍ୟ ଏକ ବ୍ରାଇଡାଲ୍‌ ଲୁକ୍‌ରେ ବସିଛନ୍ତି।

ତେବେ ସୋସିଆଲ୍‌ ମିଡିଆରେ ଏହି ଫଟୋ ଭାଇରାଲ୍‌ ହେବା ଲୋକେ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ଯେ ଅନୁପ ଜଲୋଟା ଏବଂ ଜସଲିନ୍‌ ମଥାରୁ କଣ ଗୁପ୍ତ ଭାବରେ ବିବାହ କରିଛନ୍ତି?

ଏହି ଫଟୋଗୁଡ଼ିକ ଜସଲିନ୍ ମଥାରୁ ନିଜେ ତାଙ୍କ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ସେୟାର୍‌ କରିଛନ୍ତି। ଆଶ୍ଚର୍ଯ୍ୟର କଥା ସେୟାର୍‌ କରିବାବେଳେ ଜସଲିନ୍‌ କୌଣସି କ୍ୟାପସନ୍‌ ଳେଖି ନାହାନ୍ତି।

ଏହି ଫଟୋ ତଳେ ଲୋକେ ବହୁତ କମେଣ୍ଟ୍‌ ମଧ୍ୟ କରୁଛନ୍ତି। ଅନେକ ଲୋକେ ଏହାକୁ ନେଇ ଆଲୋଚନା କରୁଥିବା ବେଳେ ‌କେତେକ ଏହାକୁ ଏକ ଫିଲ୍ମର ଦୃଶ୍ୟ ବୋଲି କହୁଛନ୍ତି।

Leave A Reply

Your email address will not be published.