Latest Odisha News

BREAKING NEWS

ବଲିଉଡ୍ ଛାଡିବେ ଅଭିନେତ୍ରୀ ସାନା ଖାନ୍

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାନା ଖାନ୍‌ ଫିଲ୍ମ ଜଗତରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସାନା ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ‘ଇସ୍‌ଲାମ୍‌’କୁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବାର କାରଣ କହିଛନ୍ତି।

ସାନା କହିଛନ୍ତି ଯେ ସେ ଆଗକୁ ସେବା ଧର୍ମ ଆଦି କାର୍ଯ୍ୟରେ ମନଯୋଗ ଦେବାକୁ ଚାହୁଛନ୍ତି ଏବଂ ବର୍ତ୍ତମାନଠାରୁ ଆଲ୍ଲାହାଙ୍କ ଆଦେଶ ପାଳନ କରିବେ।

ସାନା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ରୋମାନ, ଇଂରାଜୀ ଏବଂ ଆରବୀ ତିନୋଟି ଭାଷାରେ ପୋଷ୍ଟ କରି ଲେଖିଛନ୍ତି, ଭାଇ ଓ ଭଉଣୀମାନେ… ‘ଆଜି ମୁଁ ମୋ ଜୀବନର ଗୁରୁତ୍ଵପୂର୍ଣ୍ଣ ସମୟରେ ଆପଣଙ୍କ ସହ କଥା ହେଉଛି।

ମୁଁ ବର୍ଷ ବର୍ଷ ଧରି ଯେଉଁ ଆନନ୍ଦମୟ ଜୀବନ ବିତାଉଥିଲି ସେହି ସମୟ ମଧ୍ୟରେ ମୁଁ ମୋର ପ୍ରିୟଜନଙ୍କଠାରୁ ସମସ୍ତ ପ୍ରକାରର ଖ୍ୟାତି, ସମ୍ମାନ ଅର୍ଜନ କରିପାରିଛି। ସେଥିପାଇଁ ମୁଁ କୃତଜ୍ଞ’।

ସେ ଆହୁରି ମଧ୍ୟ ଲେଖିଛନ୍ତି, ‘କିଛିଦିନ ହେଲା ମୋର ଅନୁଭବ ହେଉଛି ଯେ ମଣିଷ ଜଗତକୁ ଆସିବାର ଉଦ୍ଦେଶ୍ୟ କେବଳ ଖ୍ୟାତି ଅର୍ଜନ କରିବା ନୁହେଁ। ଯେଉଁମାନେ ଅସହାୟ ସେମାନଙ୍କ ସାହାଯ୍ୟରେ ଜୀବନ ବିତାଇବା ଆମ କର୍ତ୍ତବ୍ୟ ନୁହେଁ କି?

ଜଣେ ବ୍ୟକ୍ତି ଭାବିବା ଉଚିତ ନୁହେଁ କି ସେ ମରିବା ପରେ ତାଙ୍କ ସହିତ କଣ ହେବ?’ ‌ଏହା ପୋଷ୍ଟ କରି କହିଛନ୍ତି ଯେ ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜୁଛି। ମୃତ୍ୟୁ ପରେ ମୋ ସହ କଣ ହେବ?

ତେବେ ଏସବୁ ଚିନ୍ତା କରି ମୁଁ ଏଭଳି ନିଷ୍ପତ୍ତି ନେଇଛି ଏବଂ ଆଗାମୀ ଜୀବନ ମୁଁ ମୋ ସୃଷ୍ଟିକର୍ତ୍ତାଙ୍କ ନିର୍ଦ୍ଦେଶରେ ଚାଲିବାକୁ ଚାହୁଁଛି।

ଉଲ୍ଲେଖନୀୟ କଥା ହେଉଛି ସାନା ଖାନ୍‌ ୨୦୦୫ ମସିହାରେ ଫିଲ୍ମ ‘ୟେ ହି ହେ ହାଇ ସୋସାଇଟି’ ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ସେ ‘ବମ୍ବେ ଟୁ  ଗୋଆ’, ‘ଧନ୍‌ ଧନା ଧନ୍‌ ଗୋଲ୍‌’, ‘ହଲ୍ଲା ବୋଲ୍‌’, ‘ଜୟ ହୋ’, ‘ୱଜ୍‌ହା ତୁମ୍‌ ହୋ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। କିଛିଦିନ ପୂର୍ବରୁ ସାନା ୱେବ୍‌ ସିରିଜ୍‌ ‘ସ୍ପେସିଆଲ୍‌ ଆପ୍‌ସ’ରେ ମଧ୍ୟ ନଜର ଆସିଥିଲେ। ସେ ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି।

Comments are closed.