ମୁମ୍ବାଇ: ମୁମ୍ବାଇରେ ଗ୍ରୀଡ଼ ଫେଲ୍ । ବଡ଼ ଧରଣର ବିଜୁଳି ବିଭ୍ରାଟ । ମାୟାନଗରରୀ ବ୍ୟାପକ ଅଞ୍ଚଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । କୋଲାବ, ବାନ୍ଦ୍ରା, ଥାନେ ଆଦି ଅଞ୍ଚଳରେ ବିଜୁଳି ସେବା ସକାଳୁ ସକାଳୁ ବନ୍ଦ ହୋଇଛି । ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକ ।
ବିଦ୍ୟୁତ ସେବା ନଥିବାରୁ ବାଧାପ୍ରାପ୍ତ ହୋଇଛି ଲୋକାଲ୍ ଟ୍ରେନ୍ ସେବା । ସେଣ୍ଟ୍ରାଲ୍, ଓ୍ୱେଷ୍ଟର୍ଣ୍ଣ ଓ ଇଷ୍ଟର୍ଣ୍ଣ ଲାଇନରେ ଲୋକାଲ୍ ଟ୍ରେନ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । ଯେଉଁଠି ସେଇଠି ଅଟକିଛି ଲୋକାଲ ଟ୍ରେନ୍ । ବିଭିନ୍ନ ସ୍ଥାନରେ ପଶି ରହିଛନ୍ତି ଯାତ୍ରୀ । କେତେକ ସ୍ଥାନରେ ଯାତ୍ରୀ ଟ୍ରେନରୁ ବାହାରି ଚାଲି ଚାଲି ପଳାଇ ଯାଉଛନ୍ତି ।
Mumbai: Commuters seen waiting at Mulund Station as train services are disrupted due to power outage after a grid failure
BMC says, “it will take 45 minutes to 1 hour to restore the power supply.” pic.twitter.com/Dwjq4el7Hc
— ANI (@ANI) October 12, 2020
ସେଣ୍ଟ୍ରାଲ୍ ଗ୍ରୀଡକୁ ଞଇଞଇରୁ ଆସୁଥିବା ବିଦ୍ୟୁତ ଯୋଗାଣ ବିଫଳତା କାରଣରୁ ମୁମ୍ବାଇରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିବା କହିଛି ବୃହ ମୁମ୍ୱାଇ ଇଲେକଟ୍ରିକ୍ ସପ୍ଲାଇ ଏଣ୍ଡ ଟ୍ରାନ୍ସପୋର୍ଟ । ଠିକ ହେବାକୁ ପାଖାପାଖି ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିପାରେ ।
Comments are closed.