Latest Odisha News

BREAKING NEWS

ସଫଳତା ପ୍ରାପ୍ତି ପାଇଁ କଲାମଙ୍କ ୫ ଟି ଗୁରୁ ମନ୍ତ୍ର ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ସାରା ବିଶ୍ୱରେ ମିସାଇଲ ମ୍ୟାନ ଭାବେ ଖ୍ୟାତି ଅର୍ଜନ କରିଥିବା ମହା ମାନବ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଆଜି ଜନ୍ମ ତିଥି । ୧୯୩୧ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଏହି ମହା ପୁରୁଷ।

ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା କଲାମଙ୍କର ପିଲାଙ୍କ ପ୍ରତି ଥିଲା ପ୍ରଗାଢ ଭଲପାଇବା । ଶିକ୍ଷାଦାନରେ ତାଙ୍କର ଆଗ୍ରହ ମଧ୍ୟ ସବୁଠି ବାରି ହୋଇ ପଡେ । ଜୀବନର ଶେଷ ସମୟରେ ମଧ୍ୟ ସେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ବାଣ୍ଟୁଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଏହି ମହା ମାନବଙ୍କର ପ୍ରତିଟି ବାଣୀ ବେଦ ଭଳି ଫଳପ୍ରଦ । କଲାମଙ୍କ ମତରେ ସଫଳତାକୁ ସ୍ପର୍ଶ କରିବା ପାଇଁ କେଉଁ ୫ଟି ଜିନିଷରୁ ଦୂରେଇ ରହିବା ଉଚିତ ଆସନ୍ତୁ ଜାଣନ୍ତୁ….

ଏକାଗ୍ରତାର ଅଭାବ: ସଫଳତା ପାଇଁ ଏକାଗ୍ରତା ନିହାତି ଆବଶ୍ୟକ। ଯାହା ନିକଟରେ ଏକାଗ୍ରତାର ଅଭାବ ଥାଏ, ତା’ର ମନ ସ୍ଥିର ରହିନଥାଏ। ତେଣୁ ସଫଳତା ପାଇଁ ନିଜ ମନରେ ଏକାଗ୍ରତା ଆଣିବା ନିହାତି ଆବଶ୍ୟକ।

କ୍ରୋଧ: ବହୁ ସମୟରେ ଦେଖିବାକୁ ମିଳେ ମନ ଚାହୁଁଥିବା କଥା ନଘଟିଲେ ବ୍ୟକ୍ତିର ମନରେ କ୍ରୋଧ ଜାତ ହୋଇଥାଏ। କ୍ରୋଧକୁ ନିୟନ୍ତ୍ରଣ କରିବା ଦ୍ୱାରା ହିଁ ସଫଳତା ପ୍ରାପ୍ତ ହୋଇଥାଏ। ତେଣୁ କ୍ରୋଧ କେବଳ କ୍ଷତି କରିଥାଏ ବୋଲି କଲାମ ପରାମର୍ଶ ଦେଇଥାନ୍ତି।

ଅଳ୍ପ ଜ୍ଞାନ: କଥାରେ ଅଛି ଅଳ୍ପ ବିଦ୍ୟା ଭୟଙ୍କରୀ। ଯେକୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ ଗଭୀର ଜ୍ଞାନର ଆବଶ୍ୟକତା ରହିଥାଏ। ଅଳ୍ପ ବିଦ୍ୟା ସର୍ବଦା ସମସ୍ୟା ସୃଷ୍ଟି କରିଥାଏ।

ଅହଂକାର: ଅହଂକାରୀ ବ୍ୟକ୍ତି ଜୀବନରେ ଉନ୍ନତି କରିପାରି ନଥାଆନ୍ତି। ସେ ସବୁବେଳେ ନିଜକୁ ବଡ଼ ଭାବି ଥାଆନ୍ତି। ତେଣୁ ଯେଉଁମାନେ କେବଳ ମୁଁ, ମୋର ଏପରି ଚିନ୍ତାଧାରେ ରୁହନ୍ତି, ସେମାନେ ସଫଳତାର ନିକଟତର ହୋଇ ପାରନ୍ତି ନାହିଁ ବୋଲି କଲାମ କହିଛନ୍ତି।

Leave A Reply

Your email address will not be published.