Latest Odisha News

BREAKING NEWS

ଆନ୍ଧ୍ର ଓ ଓଡ଼ିଶା ପୋଲିସର ମିଳିତ ମାଓ ବିରୋଧୀ ଅପରେସନ ଆରମ୍ଭ

ଭୁବନେଶ୍ୱର: ଓଡିଶା ଓ ଆନ୍ଧ୍ର ପ୍ରଦେଶର ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଭିଡିଓ ସଂଯୋଗ ମାଧ୍ୟମରେ ଗୁରୁବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

ସୂଚନା ଅନୁଯାୟୀ ଉକ୍ତ ବୈଠକରେ ଆନ୍ଧ୍ର-ଓଡିଶା ସୀମାରେ ବାମପନ୍ଥୀ ସନ୍ତ୍ରାସବାଦ ମୁକାବିଲା ପାଇଁ ମିଳିତ ଅପରେଶନ ଆରମ୍ଭ କରିବା ଓ ଉଭୟ ପଡ଼ୋଶୀ ରାଜ୍ୟ ମଧ୍ୟରେ କିପରି ସୁସମନ୍ଵୟ ରକ୍ଷାକରି ମାଓ ଦମନ କାର୍ଯ୍ୟ କରାଯାଇ ପାରିବ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ସୀମା ସୁରକ୍ଷା ବାହିନୀ (ବିଏସଏଫ) ର ଅତିରିକ୍ତ ଡି.ଜି, ସି.ଆର.ପି.ଏଫର ଆଇ.ଜି, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବାମପନ୍ଥୀ ସନ୍ତ୍ରାସବାଦ ଦାୟିତ୍ବରେ ଥିବା ଯୁଗ୍ମ ସଚିବ, ଉଭୟ ଆନ୍ଧ୍ର ଓ ଓଡିଶା ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକର ଡି.ଆଇ.ଜି ଓ ଆରକ୍ଷୀ ଅଧିକ୍ଷକ, ବି.ଏସ.ଏଫ, ସି.ଆର.ପି.ଏଫ ଓ ଉଭୟ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆହୁରି ମଧ୍ୟ ଏହି ବୈଠକରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନରେ ସହଯୋଗ ଓ ମିଳିତ ଅପରେସନ ବାବଦରେ ବିସ୍ତୃତ ଆଲୋଚନା କରାଯିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରାଯାଇଥିଲା ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.