କାହିଁକି ହେମା ମାଳିନିଙ୍କୁ ‘ଡ୍ରିମ୍ ଗାର୍ଲ’ର ଟ୍ୟାଗ୍ ମିଳିଥିଲା?
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ହେମା ମାଳିନି ଶୁକ୍ରବାର ତାଙ୍କର ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ଚଳଚ୍ଚିତ୍ର ଏବଂ ରାଜନୈତିକ ଜୀବନରେ ସଫଳ ଭୂମିକା ଗ୍ରହଣ କରିଥିବା ହେମା ମାଳିନି କେବେ ବି ଫିଲ୍ମକୁ ଆସିବାକୁ ଚାହୁଁନଥିଲେ। ସେ ନୃତ୍ୟକୁ ଭଲ ପାଉଥିଲେ ଏବଂ ସେ ଜଣେ ପେସାଦାର ନୃତ୍ୟଶିଳ୍ପୀ ଥିଲେ। ତେବେ ହେମା ମାଳିନିଙ୍କ ମା ଚାହୁଁଥିଲେ ଯେ ସେ ଫିଲ୍ମରେ ମଧ୍ୟ ତାଙ୍କ ଦକ୍ଷତା ପ୍ରତିପାଦନ କରନ୍ତୁ।
ହିନ୍ଦୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ହେମାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ସପ୍ନୋ କା ସୌଦାଗର’। ଏହି ଚଳଚ୍ଚିତ୍ରରେ ରାଜ କପୁର ମୁଖ୍ୟ ନାୟକ ଥିଲେ ଏବଂ ଫିଲ୍ମର ନିର୍ମାତା ଥିଲେ ବ ଅନନ୍ତସ୍ୱାମୀ। ଦ୍ୱାରା ଫିଲ୍ମରେ ଦର୍ଶକଙ୍କ ରୁଚି ବଢାଇବା ପାଇଁ ନିର୍ଦ୍ଦେଶକ ଅନନ୍ତସ୍ୱାମୀ ହେମା ମାଳିନିଙ୍କ ଫଟୋ ତଳେ ରାଜ କପୁରଙ୍କ ଡ୍ରିମ୍ ଗାର୍ଲ ବୋଲି ଲେଖିଦେଇଥିଲେ।
ଏହାକୁ ସଫଳ କରିବା ପାଇଁ ସେ ଏକ ଟ୍ୟାଗଲାଇନ୍ ତିଆରି କରିଥିଲେ – ‘୪୫ ବର୍ଷ ବୟସ୍କ ରାଜ କପୁରଙ୍କ ସହିତ ୨୦ ବର୍ଷ ବୟସ୍କ ହେମା ମାଲିନି’। ତେବେ ଏହି ଟ୍ୟାଗ୍ଲାଇନ୍ ସେତେଟା କାମ ଦେଇ ନ ଥିଲା। କିନ୍ତୁ ଫିଲ୍ମ ରିଲିଜ୍ ହେବା ପରେ ଗଣମାଧ୍ୟମ ଏବଂ ପ୍ରଶଂସକମାନେ ହେମାଙ୍କୁ ‘ଡ୍ରିମ୍ ଗାର୍ଲ’ ନାମରେ ଡାକିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏହା ହେମା ପାଇଁ ବହୁତ ଲାଭଦାୟକ ଥିଲା।
‘ଡ୍ରିମ୍ ଗାର୍ଲ’ ଫିଲ୍ମରେ ହେମା ମାଳିନୀ ଏବଂ ଧମେନ୍ଦ୍ର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ପ୍ରମୋଦ ଚକ୍ରବର୍ତ୍ତୀ ଏବଂ ଏହି ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକ୍ ‘ଡ୍ରିମ୍ ଗାର୍ଲ’ ବେଶ୍ ଲୋକପ୍ରିୟ ହୋଇଥିଲା।
Comments are closed.