ଭୁବନେଶ୍ୱର: ଦୀର୍ଘ ୭ ମାସର ବ୍ୟବଧାନ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶାନ୍ତି ସ୍ତୁପ ଧଉଳି। ରବିବାର ଦିନ ଓଡିଶା ରାଜଧାନୀଠୁ ବାହାରେ ଥିବା ଧଉଳି ପାହାଡ ଉପରେ ଥିବା ଶାନ୍ତି ସ୍ତୁପ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି।
ଏହାର ପରିଦର୍ଶନ ସମୟରେ ପର୍ଯ୍ୟଟକ ମାନେ ସମସ୍ତ କୋଭିଡ କଟକଣା ଅନୁସରଣ କରିବେ ବୋଲି ଅଧିକାରୀମାନେ କହିଛନ୍ତି। କରୋନା ମହାମାରୀ ହେତୁ ଗତ ମାର୍ଚ୍ଚ ମାସରୁ ଏହି ଶାନ୍ତି ସ୍ତୁପକୁ ବନ୍ଦ ରଖାଯାଇଥିଲା।
Comments are closed.