Latest Odisha News

BREAKING NEWS

ସରକାରୀ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର: ସରକାରୀ କ୍ୱାର୍ଟର୍ସରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ। ବଲାଙ୍ଗିର ଜିଲ୍ଲା ଚନ୍ଦ୍ରଶେଖରନଗରର ଏକ ସରକାରୀ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧ ଦମ୍ପତିଙ୍କ ଘର ସଦର ବ୍ଲକ ପୁଡ଼ାସିଂ ଗାଁରେ ବୋଲି ଜଣାପଡ଼ିଛି।

ସନ୍ଦେହଜନକ ଅବସ୍ଥାରେ ଟାଉନ ପୋଲିସ ଆଜି ସକାଳେ ମୃତଦେହ ଉଦ୍ଧାର କରିଛି। ବୃଦ୍ଧ ଜଣଙ୍କର ମୃତଦେହ ଘର ଭିତରେ ପଡ଼ି ଥିବା ବେଳେ ଝରକାରେ ବନ୍ଧା ଅବସ୍ଥାରେ ବୃଦ୍ଧାଙ୍କ ବେକରେ ରଶି ଲାଗିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.