Latest Odisha News

BREAKING NEWS

କାହିଁକି ଅଣ୍ଡାକୁ ସୁପର୍‌ଫୁଡ୍‌ କୁହାଯାଏ?

କୁହାଯାଏ ଅଣ୍ଡାରେ ଅଧିକ ପୋଷକ ତତ୍ତ୍ୱ ଥାଏ। ଗୋଟିଏ ସିଝା ଅଣ୍ଡାରେ ଭିଟାମିନ୍‌-ଏ ଠାରୁ ଆରମ୍ଭ କରି, ଭିଟାମିନ୍ ବି -୫, ଭିଟାମିନ୍ ବି -୧୨, ଫସଫରସ୍ ଏବଂ ସେଲେନିୟମ୍ ରହିଥାଏ। ଏହା ବ୍ୟତୀତ ଅଣ୍ଡାରେ ଭିଟାମିନ୍ ଡି, ଭିଟାମିନ୍ ଇ, ଭିଟାମିନ୍ କେ, ଭିଟାମିନ୍ ବି ୬, କ୍ୟାଲସିୟମ୍ ଏବଂ ଜିଙ୍କ୍ ମଧ୍ୟ ଭରପୂର ମାତ୍ରାରେ ରହିଥାଏ। ସେଥିପାଇଁ ଏହାକୁ ‘ସୁପରଫୁଡ୍’ ମଧ୍ୟ କୁହାଯାଏ। ଡାକ୍ତରମାନେ ପ୍ରତିଦିନ ଅତି କମ୍‌ରେ ଗୋଟିଏ ଅଣ୍ଡା ଖାଇବାକୁ ମଧ୍ୟ ପରାମର୍ଶ ଦିଅନ୍ତି। ଅଣ୍ଡା ଖାଇବା ଦ୍ୱାରା ଶରୀରରେ କେଉଁ ପ୍ରକାର ଲାଭ ମିଳିଥାଏ ଜାଣନ୍ତୁ।

ରକ୍ତରେ କୋଲେଷ୍ଟ୍ରଲ୍‌ର ପ୍ରଭାବକୁ କମ୍‌ କରିଥାଏ।

ଯଦିଓ ଅଣ୍ଡାରେ ପ୍ରଚୁର ପରିମାଣର କୋଲେଷ୍ଟ୍ରଲ୍‌ ରହିଥାଏ, କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ରକ୍ତରେ କୋଲେଷ୍ଟ୍ରଲ୍‌କୁ ଅଧିକ ପ୍ରଭାବିତ କରେ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ଅଣ୍ଡା ଖାଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଲୋକଙ୍କର ସଠିକ୍ କୋଲେଷ୍ଟ୍ରଲ୍‌  ରହିଥାଏ।

ହୃଦ୍‌ଘାତ ହେବାର ଆଶଙ୍କା କମ୍ ଥାଏ

ଡାକ୍ତରଙ୍କ ମତ ଅନୁଯାୟୀ, ଯେତେବେଳେ ଶରୀରରେ ଏଲ୍‌ଡିଏଲ୍‌ର  ସ୍ତର ବୃଦ୍ଧି ପାଏ ସେତେବେଳେ ଏହା ହୃଦରୋଗର ଆଶଙ୍କାକୁ ମଧ୍ୟ ବଢାଇଥାଏ। ରିପୋର୍ଟ ଅନୁଯାୟୀ ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ ଏଲ୍‌ଡିଏଲ୍‌ର ଛୋଟ କଣିକାକୁ ବଡ଼ କଣିକାରେ ପରିଣତ କରି ହୃଦରୋଗର ଆଶଙ୍କାକୁ ହ୍ରାସ କରିଥାଏ। ତେବେ ସୂଚନାଯୋଗ୍ୟ ମଧୁମେହ ରୋଗୀଙ୍କଠାରେ ଅଣ୍ଡା ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା ବଢିଥାଏ।

ଆଖି ପାଇଁ ଅଣ୍ଡା ବେଶ୍ ଉପଯୋଗୀ ହୋଇଥାଏ

ଅଣ୍ଡା ଖାଇବା ଆଖି ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। କାରଣ ଏଥିରେ ଲ୍ୟୁଟିନ୍ ଏବଂ ଜାନ୍ଥାଇନ୍ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଦୃଷ୍ଟି ଶକ୍ତି ବଢାଇବାରେ ସହାୟକ ହୋଇଥାଏ। ଏହା ବ୍ୟତୀତ ଭିଟାମିନ୍ ଏ ମଧ୍ୟ ଅଣ୍ଡାରେ ମିଳିଥାଏ, ଯାହା ଆଖି ପାଇଁ ଜରୁରୀ ବୋଲି ବିବେଚନା କରାଯାଏ।

ଓଜନ ହ୍ରାସ କରିବାରେ ଅଣ୍ଡା ମଧ୍ୟ ସହାୟକ ହୋଇଥାଏ

ପ୍ରାୟତଃ ଲୋକମାନେ ଓଜନ ହ୍ରାସ କରିବା ପାଇଁ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଆନ୍ତି। ଏଭଳି ପରିସ୍ଥିତିରେ ଅଣ୍ଡା ଏକ ବିକଳ୍ପ, କାରଣ ଏହାକୁ ଖାଇବା ଦ୍ୱାରା ଶୀଘ୍ର ଭୋକ ହୁଏ ନାହିଁ, ଯେଉଁ କାରଣରୁ ଲୋକମାନେ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତି। ଏହା ଶୀଘ୍ର ସେମାନଙ୍କର ଓଜନ ହ୍ରାସ କରେ।

Leave A Reply

Your email address will not be published.