Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ମିନିଟର ୧୨ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କ ସନ୍ଧ୍ୟା ୬ଟାରେ ୧୨ମିନିଟ ଧରି ସମ୍ବୋନ୍ଧିତ କରିଥିଲେ । ଆସନ୍ତୁ ଜାଣିବା ଏହି ୧୨ ମିନିଟର ୧୨ କଥା
୧.କରୋନା ବିପକ୍ଷରେ ଆମେ ଲମ୍ବା ଲଢ଼େଇ ଲଢ଼ୁଛେ । ଏବେ ଆର୍ଥୀକ ଗତିବିଧିରେ ଉନ୍ନତି ଆସିଛି । ଘରୁ ଲୋକେ ବାହାରୁଛନ୍ତି । ବଜାରର ଚମକ ଫେରୁଛି ।
୨. ସବୁ ସତ୍ୱେ ଖାମଖିଆଲ ହେବା ନାହିଁ । ପରିସ୍ଥିତି ଯେପରି ନିୟନ୍ତ୍ରଣରେ ରହିବ ସେ ନେଇ ଉଦ୍ୟମ ଜାରି ରଖିବା
୩. ଆମେରିକା, ବ୍ରାଜିଲ, ବ୍ରିଟେନ ପରି ଶକ୍ତିଶାଳୀ ଓ ବିତଶାଳୀ ଦେଶ ତୁଳନାରେ ଆମେ କମ ଜୀବନ ହରାଇଛେ ।
୪.ଖୁବ୍ ଶୀଘ୍ର କରୋନା ଟେଷ୍ଟ ୧୦ କୋଟି ସଂଖ୍ୟା ଅତିକ୍ରମ କରିବ ।
୫. କରୋନା ମହାମାରୀ ଏବେ ବି ଯାଇ ନାହିଁ । କରୋନା ଯୋଦ୍ଧାଙ୍କ ତ୍ୟାଗକୁ ଭୁଲିବା ନାହିଁ ।
୬. ଭିଡିଓ ଓ ଫଟୋରେ ଅନେକ ସ୍ଥାନରେ ଲୋକମାନେ ଏବେ ବି ଏହାକୁ ବେଖାତିର କରୁଛନ୍ତି । ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ଅବଲମ୍ବନ ଓ ହାତ ସଫା ରଖନ୍ତୁ ।

୭.ମହାମାରୀର ଭ୍ୟାକ୍ସିନ ଅନ ଆସିବା ପର୍ଯ୍ୟନ୍ତ ଆମକୁ ଲଢ଼େଇ କରିବାକୁ ପଡିବ ।
୮. ଯେପରି ସମସ୍ତ ନାଗରିକ ଭ୍ୟାକ୍ସିନ ସହଜରେ ପାଇପାରିବେ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇ ସାରିଛି ।
୯. ଭ୍ୟାକ୍ସିନ ନ ଆସିଲା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ।
୧୦.ଦାୟିତ୍ୱ ଓ ସତର୍କତା ହିଁ ଜୀବନରେ ଖୁସି ଆଣିବ ।
୧୧.ମିଡିଆ, ସୋସିଆଲ ମିଡିଆ ସଚେତନାନା ବାତାବରଣ ସୃଷ୍ଟି କରନ୍ତୁ ।
୧୨. ଆସନ୍ତୁ ଏକତ୍ର ହୋଇ ଦେଶକୁ ଆଗେଇ ନେବା । ଦୀପାବଳୀ ଓ ଇଦ୍ର ଶୁଭେଚ୍ଛା ।

Leave A Reply

Your email address will not be published.