Latest Odisha News

[ଭିଡିଓ] ବୟସ ୬୮, ସାଇକେଲରେ ୨୨୦୦ କିମି ଦୂର ଯିବେ ଠାକୁର ଦେଖି !

ମୁମ୍ବାଇ: ଭକ୍ତିରେ ଭୋଳ ଭକ୍ତ କିଛି ବି କରିପାରେ । ଚାଲିପାରେ ନିଆଁରେ, ଝୁଲିପାରେ କଣ୍ଟାରେ ଓ ରହିପାରେ ଯାବତଜୀବନ ଉପବାସରେ । ତେବେ ଏଭଳି କୌଣସି ଉଦାହରଣ ନୁହେଁ ବରଂ ଜଣେ ମହିଳାଙ୍କ ଭକ୍ତି ଆଗରେ ସତରେ ଅବା ହାର ମାନିଛି ବୟସର ବାଧକତା ।

ସୋସିଆଲ ମିଡିଆରେ ଏହି ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଜଣେ ୬୮ ବର୍ଷୀୟା ମହିଳା ଏକାକି ଚଳାଇ ଚାଲିଛନ୍ତି ସାଇକଲ । ଯିବେ ବୈଷ୍ଣୋଦେବୀ । ଆଉ ତା ପୁଣି ୨୨୦୦ କିଲୋମିଟର ଦୂର । ପଢି ଛାତିରେ ଛନକା ପଶିଯାଇଥିବ ନିଶ୍ଚୟ । ହେଲେ ଘଟଣାଟି ସତ ।

ମହିଳାଙ୍କ ଭକ୍ତି ତଥା ସାହାସକୁ ଅନେକ ଲୋକ ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି । ମହିଳା ଜଣକ ରାସ୍ତାରେ ଯାଉଥିବାବେଳେ ଜଣେ ବ୍ୟକ୍ତି ତାଙ୍କୁ ଅଟକାଇ ସମସ୍ତ କଥା ପଚାରି ବୁଝିଥିଲେ । ଯାହା ପରେ ଏହି ଭିଡିଓଟି ଭାଇରାଲ୍ ହୋଇଛି ।

ମହାରାଷ୍ଟ୍ର କମାଗାଓଁର ଏହି ମରାଠୀ ମହିଳାଙ୍କ ପରିଚୟ ମିଳିନଥିଲେ ବି ମାତା ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବାର ତାଙ୍କ ନିଶା ଓ ଭକ୍ତି ଅନେକଙ୍କୁ ବିସ୍ମିତ କରିଛି । ସତରେ ଭକ୍ତିରେ ଭୋଳ ଭକ୍ତ ଅନ୍ଧ ପ୍ରାୟ…

Leave A Reply

Your email address will not be published.