Latest Odisha News

BREAKING NEWS

ବିଶ୍ୱର ବୃହତ୍ତମ କ୍ରିକେଟ୍ ଷ୍ଟାଡିୟମରେ କିଏ ଖେଳିବ ପ୍ରଥମେ ?

ନୂଆଦିଲ୍ଲୀ: ଗୁଜରାଟ ଅହମଦାବାଦର ମୋଟେରା କ୍ରିକେଟ୍ ଷ୍ଟାଡିୟମ । ବିଶ୍ୱରେ ସବୁଠୁ ବଡ । ଏହି ଷ୍ଟାଡିୟମରେ ପ୍ରଥମେ ଏକ ଦିନରାତି ଗୋଲାପି ବଲ୍ ଟେଷ୍ଟ କ୍ରିକେଟ୍ ମ୍ୟାଚ୍‌ର ଆୟୋଜନ ହେବ । ଯେଉଁଥିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ନିକଟରେ ଏ ନେଇ ଖୋଦ ବିସିସିଆଇ ପ୍ରେସିଡେଣ୍ଟ ସୌରଭ ଗାଙ୍ଗୁଲି ଜଣାଇଛନ୍ତି ।

କରୋନା ମହାମାରୀ ପାଇଁ ଚଳିତବର୍ଷ ଆଇପିଏଲ ଦୁବାଇକୁ ସ୍ଥାନାନ୍ତରିତ ହୋଇଛି । ଏପରି ସ୍ଥିତିରେ ଭାରତରେ ଇଂଲଣ୍ଡ ଓ ଭାରତ ମଧ୍ୟରେ କ୍ରିକେଟ ମୁକାବିଲା ନେଇ ଅନିଶ୍ଚିତତା ଦେଖାଦେଇଥିଲା । ତେବେ ଗାଙ୍ଗୁଲି ନିଶ୍ଚିନ୍ତ କରିଛନ୍ତି ଯେ, ବିସିସିଆଇ ଭାରତରେ କ୍ରିକେଟ୍ ମ୍ୟାଚ ଆୟୋଜନ କରିବାକୁ ଯଥା ସମ୍ଭବ ଜରୁରୀ ପଦକ୍ଷେପ ଗ୍ରହଣ କରିବ । ଏପରିକି ଖେଳାଳିଙ୍କ ପାଇଁ ବାୟୋ-ବବଲ୍‌ର ସ୍ଥାପନା ମଧ୍ୟ କରିବ ।

ହାତରେ ୪ ମାସ ସମୟ ଥିବାବେଳେ ଅହମଦାବାଦ, ଧର୍ମଶାଳା ଓ କୋଲକାତାରେ ହୋଇପାରେ ଭାରତ ଇଂଲଣ୍ଡ କ୍ରିକେଟ୍ ପ୍ରତିଯୋଗୀତା । ତେବେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପର୍ବରୁ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ । ଏହି ସମୟ ମଧ୍ୟରେ ଭାରତ ପାଖରେ କ୍ରିକେଟ ପ୍ରତିଯୋଗୀତା ପାଇଁ ସମସ୍ତ ବ୍ୟବସ୍ଥା କରିବ ।

ଅନ୍ୟପଟେ ୨୦୨୧,ଜାନୁଆରୀ ୧ରୁ ଘରୋଇ କ୍ରିକେଟ ତଥା ରଣଜୀ ଟ୍ରଫି ଆରମ୍ଭ ହେବାର ସମ୍ଭାବନା ରହିଛି । ଆଗାମୀ ସାଧାରଣ ବୈଠକରେ ରଣଜୀ ଟ୍ରଫି କ୍ରିକେଟକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଗାଙ୍ଗୁଲି ଜଣାଇଥିଲେ ।

Leave A Reply

Your email address will not be published.