Latest Odisha News

BREAKING NEWS

ଧାୱନ ଧମାକା: ଶିଖରରେ ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ

ଦୁବାଇ: ଶିଖର ଧାୱନଙ୍କ ଧମାକା ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ଅନୁଷ୍ଠିତ ଆଇପିଏଲ ମୁକାବିଲାରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ସମ୍ମୁଖରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ୍ ଜିଣି ଦିଲ୍ଲୀ ଅଧିନାୟକ ଶ୍ରେୟାଶ ଆୟାର ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ତାଙ୍କ ଯୋଜନାକୁ ଫଳପ୍ରଦ କରିଥିଲେ ଧାୱନ । ସେ ୬୧ ବଲରେ ୧୨ ଚୌକା ଓ ୩ଛକା ବଳରେ ୧୦୬ ରନ କରି ଶେଷ ପର୍ଯ୍ୟନ୍ତ ନଟଆଉଟ ରହିଥିଲେ । ଚଳିତ ଆଇପିଏଲରେ ଏହା ତାଙ୍କର ୨ୟ ଶତକ । ତେବେ ଦିଲ୍ଲୀର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଶେଷ ସ୍କୋର କରିପାରି ନ ଥିଲେ । ଫଳରେ ଦଳ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୬୪ ରନ କରିଥିଲେ ।

ଚଳିତ ଆଇପିଏଲରେ ଦିଲ୍ଲୀ ଦଳ ଚମତ୍କାର ପ୍ରଦର୍ଶନ କରିଚାଲିଛି । ଦଳ ୯ଟି ମ୍ୟାଚ ଖେଳି ୭ଟିରେ ବିଜୟ ହାସଲ କରି ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଅନ୍ୟପକ୍ଷରେ ପଞ୍ଜାବ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ୯ଟି ମ୍ୟାଚ ଖେଳି ୩ ବିଜୟ ଓ ୬ ପରାଜୟ ସହ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ତେବେ ଗତ ମ୍ୟାଚରେ ମୁମ୍ବାଇକୁ ହରାଇବା ପରେ ଏହି ଦଳର ଆତ୍ମବିଶ୍ବାସ ବଢିଯାଇଛି ।

Leave A Reply

Your email address will not be published.